fbpx

ସୁପ୍ରିମକୋର୍ଟ ସାମ୍ନାରେ ଆମେ ଆମ ରୋଗୀଙ୍କୁ ପ୍ୟାରେଡ୍ କରାଇବାକୁ ପ୍ରସ୍ତୁତ, ନୋଟିସ୍ ପାଇବା ପରେ ଏପରି କିଛି କହିଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଆମ ପାଖରେ ଜ୍ଞାନ ବିଜ୍ଞାନର ସମ୍ଭାର ରହିଛି । କିନ୍ତୁ ଭିଡ ଭିତରେ ସତ ଓ ମିଛର ନିଷ୍ପତ୍ତି ହୋଇପାରିବ ନାହିଁ । ସେ କହିଛନ୍ତି, କିଛି ମେଡିକାଲ ମାଫିଆ ତାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛନ୍ତି । ପତଞ୍ଜଳି କେବେ ମିଥ୍ୟା ପ୍ରଚାର କରେ ନାହିଁ । ବରଂ ପତଞ୍ଜଳି ସ୍ୱଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇ ଆସୁଛି । ଯେଉଁମାନେ ଏପରି ମିଥ୍ୟା ପ୍ରଚାର କରୁଛନ୍ତି ସେମାନଙ୍କ ପର୍ଦ୍ଦାଫାଶ ହେବା ଉଚିତ । ରୋଗ ନାମରେ ଲୋକଙ୍କୁ ଭୟଭୀତ କରାଯାଉଛି ।

ରାମଦେବ କହିଛନ୍ତି ମୁଁ କେବେ କୋର୍ଟ ନିକଟରେ ହାଜର ହୋଇନାହିଁ । କିନ୍ତୁ ଏବେ ସୁପ୍ରିମକୋର୍ଟ ସାମ୍ନାରେ ହାଜର ହେବାକୁ ପ୍ରସ୍ତୁତ ଅଛି । ମୁଁ ଅନୁମତି ମାଗିବି କି ମୋତେ ପୁରା ରିସର୍ଚ୍ଚ ସହ ହାଜର ହେବାକୁ ଦିଆଯାଉ । ଆମକୁ ଅବସର ଦିଆଯାଉ ଯେପରି ଆମେ ନିଜ ରୋଗୀ ଓ ରିସର୍ଚ୍ଚକୁ ପ୍ରସ୍ତୁତ କରି ରଖିବୁ ।
ରାମଦେବ କହିଛନ୍ତି ଲୋକଙ୍କୁ କୁହାଯାଉଛି କି ଥରେ ରୋଗରେ ପଡିଗଲେ ସାରା ଜୀବନ ମେଡିସିନ୍ ଖାଇବାକୁ ପଡିବ । କିନ୍ତୁ ଆମେ କହୁଛୁ ମେଡିସିନ୍ ଛାଡିଦିଅ ଓ ପ୍ରାକୃତିକ ଜୀବନ ଜୀଅଁ । ଆମେ ଶହ ଶହ ରୋଗୀଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ପ୍ୟାରେଡ୍ କରାଇବାକୁ ପ୍ରସ୍ତୁତ । ସମସ୍ତ ରିସର୍ଚ୍ଚର ବିବରଣୀ ଦେବାକୁ ବି ପ୍ରସ୍ତୁତ । ସେ କହିଛନ୍ତି ଆମ ପାଖରେ ଶହ ଶହ ବୈଜ୍ଞାନିକ ଅଛନ୍ତି । ଆମ ରିସର୍ଚ୍ଚ ପେପର ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହା ସତ୍ତ୍ୱେ ବି ଆମେ ଦାବୀ କରୁଛୁ କି ସତ ଓ ମିଛର ଫଇସଲା ଦୁନିଆ ସାମ୍ନାରେ ହୋଇଯାଉ ।

Get real time updates directly on you device, subscribe now.