fbpx

Breaking News; ଆତଙ୍କୀ ଆକ୍ରମଣରେ ୨ ବୀର ଯବାନ୍ ସହିଦ୍: ଜାମ୍ମୁ କାଶ୍ମୀରରେ ଫାୟାରିଂ ଜାରି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରଜୌରୀ ବାଜୀ ମାଲ୍ ଅଞ୍ଚଳରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଆତଙ୍କବାଦୀ । ଉଭୟ ପକ୍ଷରୁ ଗୁଳି ବିନିମୟ ମଧ୍ୟରେ ଭାରତର ୨ ବୀର ଯବାନ ସହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କ୍ୟାପ୍ଟେନ ଏବଂ ଅନ୍ୟ ଜଣେ ମେଜର ପଦବୀର ଅଫିସର ରହିଛନ୍ତି । ଏହାବ୍ୟତୀତ ଅନ୍ୟ ୨ ଜଣ ସୈନିକ ଆହତ ହୋଇତିବା ଜାଣିବାକୁ ମିଳିଛି । ତେବେ ଏହାପରେ ମଧ୍ୟ ବନ୍ଦ ହୋଇନି ଗୁଳିବିନିମୟ, ଉଭୟ ପକ୍ଷରୁ ଭୀଷଣ ଫାୟାରିଙ୍ଗ ଜାରି ରହିଛି । ଆତଙ୍କୀ ସଂଗଠନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ମଧ୍ୟ ଜାରି ରଖିଛନ୍ତି ଭାରତୀୟ ଯବାନ୍ ।

ସୂଚନା ଅନୁସାରେ, ଜଙ୍ଗଲ ଭିତରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ମିଳିଥିଲା । ଏହାବ୍ୟତୀତ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଘରକୁ ସେମାନେ ଖାଇବାକୁ ଆସିଥିବା ମଧ୍ୟ ସୂଚନା ପାଇଥିଲେ ଭାରତୀୟ ଯବାନ୍ । ଏହାପରେ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଗତ ୪ ଦିନରୁ ଭାରତୀୟ ସେନା ସହିତ ପୋଲିସ ତଦନ୍ତ କରୁଥିଲା । ତେବେ ମଙ୍ଗଳବାର ସେନା ଏବଂ ପୋଲିସ ତରଫରୁ କମ୍ବିଂ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ଗୁଳି ବିନିମୟ ଜାରି ରହିଛି ।

ତେବେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏହି ଗୁଳି ବିନିମୟରେ ଭାରତର ୨ ଯବାନ୍ ସହୀଦ ହୋଇଛନ୍ତି । ସହୀଦ ହୋଇଥିବା ୨ ଯବାନଙ୍କ ମଧ୍ୟରେ ଜଣେ କ୍ୟାପଟେନ୍ ପଦବୀର ହୋଇଥିବା ବେଳେ ଅନ୍ୟ ଜଣେ ମେଜର ପଦବୀରେ କାର୍ଯ୍ୟରତ ଥିଲେ । ଏହାସହିତ ୨ ଜଣ ଅନ୍ୟ ଯବାନ୍ ଆହତ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ ଗୁଳି ବିନିମୟ ଜାରି ହୋଇଛି ।

Get real time updates directly on you device, subscribe now.