fbpx

ସାପ ପାଇଁ ରାତିଦିନ ଭୁଲିଗଲାଣି ପୋଲିସ, ଛକ ଛକରେ ଲାଗିଛି ୱାଣ୍ଟେଡ୍ ପୋଷ୍ଟର

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଟିଲବର୍ଗ ସହରରେ ଏକ ସାପ ଆତଙ୍କର କାରଣ ପାଲଟିଛି । ଏବେ ଏହି ସାପକୁ ସହରର ପୋଲିସ ସହ ସ୍ଥାନୀୟ ନଗରପାଳିକା କର୍ମଚାରୀ ବି ଖୋଜିବାରେ ଲାଗି ପଡିଛନ୍ତି । କେବଳ ଏତିକି ନୁହେଁ ପୋଲିସ ଏହାର ୱାଣ୍ଟେଡ୍ ପୋଷ୍ଟର ବି ଜାରି କରିଛି ଯାହାକୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି । ପୋଲିସ ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ ଓ କୌଣସି ବି ପରିସ୍ଥିତିରେ ସାପକୁ ନ ଧରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହା କୌଣସି ସାଧାରଣ ସାପ ନୁହେଁ ବରଂ ବହୁତ ବିଷାକ୍ତ ସାପ ଅଟେ ଯାହାର ନାମ ‘ଗ୍ରୀନ୍ ମାମ୍ବା’ ସ୍ନେକ୍ ।

ମିଳିଥିବା ରିପୋର୍ଟ ଅନୁସାରେ ନଗରପାଳିକା ପକ୍ଷରୁ କୁହାଯାଇଛି କି ଟିଲବର୍ଗରେ ଏକ ଘରୁ ଏକ ବିଷଧର ସାପ ବାହାରିଥିଲା ଯାହା ହେଉଛି ଗ୍ରୀନ୍ ମାମ୍ବା ପ୍ରଜାତିର ସାପ । ଏହା ଭୟାନକ ଭାବରେ ବିଷୋକ୍ତ ଅଟେ । ଏହାର ଲମ୍ବ ୧.୮୦ରୁ ୨.୦୦ମିଟର ମଧ୍ୟରେ ହୋଇଥାଏ । ଏହି ସାପ ଧାଇଁବାରେ ବେଶ୍ ମାହିର । ଏବେ ଏହି ସାପକୁ ଖୋଜିବାକୁ ପୋଲିସ ୱାଣ୍ଟେଡ୍ ପୋଷ୍ଟର ଜାରି କରିଛି ।

ନଗର ପାଳିକା ପକ୍ଷରୁ କୁହାଯାଇଛି ଗ୍ରୀନ୍ ମାମ୍ବା ବହୁତ ବିଷାକ୍ତ ସାପ ଅଟେ । ଏହା ଦଂଶନ କଲେ ମୃତ୍ୟୁ ସୁନିଶ୍ଚିତ । ଲୋକଙ୍କୁ ଏହି ସାପ ଠାରୁ ସତର୍କ ରହିବାକୁ କୁହାଯାଇଛି । ଏହି ସାପ କେଉଁଠାରେ ଦେଖାଗଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି । ଏହି ସାପ ଅନ୍ଧାର ଓ ଗରମ ସ୍ଥାନରେ ରହିବାକୁ ପସନ୍ଦ କରିଥାଏ ।

Get real time updates directly on you device, subscribe now.