fbpx

ଅବିଶ୍ୱାସ ହେଲେ ବି ସତ: କମ୍ପାନୀ ସୁନ୍ଦର ପୁରୁଷଙ୍କୁ ନିଯୁକ୍ତି ଦେଉଛି, ସେମାନେ କର୍ମଚାରୀଙ୍କୁ କନ୍ଦାଇବେ ଓ ଲୁହ ପୋଛିବେ

ନୂଆଦିଲ୍ଲୀ: ଅନେକ ସମୟରେ କିଛି କମ୍ପାନୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଥାନ୍ତି । ଏପରି ଭାବେ କିଛି କମ୍ପାନୀର ନିୟମ ବିଷୟରେ ଶୁଣିବାକୁ ଅଜବ ଲାଗିଥାଏ । କିଛି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କାନ୍ଦିବାକୁ କୁହାଯାଇଥାଏ ଓ ପରବର୍ତ୍ତୀ ସମୟରେ ସେମାନଙ୍କର ଲୁହକୁ ପୋଛାଯିବା ସହିତ ସାନ୍ତ୍ୱନା ଦିଆଯାଇଥାଏ । ତେବେ ଏହି ପଦକ୍ଷେପ ଫଳରେ କମ୍ପାନୀକୁ କ’ଣ ଫାଇଦା ମିଳିଥାଏ ତାହା ଜାଣିବାକୁ ସମସ୍ତେ ଉତ୍ସୁକ ରହିଥାନ୍ତି ।

ଖବର ମୁତାବକ, ଜାପାନର କମ୍ପାନୀମାନେ ନିଜ କର୍ମଚାରୀଙ୍କୁ କନ୍ଦାଇବା ପାଇଁ ସୁନ୍ଦର ପୁରୁଷଙ୍କୁ ନିଯୁକ୍ତି ଦେଇଥାନ୍ତି । ଆମ ଜୀବନରେ ଜଣେ ଅନ୍ୟ ଜଣଙ୍କୁ ସହଯୋଗ କରିବାକୁ ହେଲେ ଯେପରି ଜଣେ ସାଥୀଙ୍କର ଆବଶ୍ୟକତା ପଡ଼ିଥାଏ, ସେହିପରି ଲୋକଙ୍କୁ କନ୍ଦାଇବା ପାଇଁ ମଧ୍ୟ ସାଥୀ ଭଡ଼ାରେ ମିଳିଥାନ୍ତି । ଜାପାନରେ ଏହି ପୁରୁଷ ସାଥୀଙ୍କୁ ‘ଇକେମିଶୋ ବଏଜ’ ବୋଲି କୁହାଯାଇଥାଏ । ସେମାନେ କମ୍ପାନୀର କର୍ମଚାରୀଙ୍କୁ କନ୍ଦାଇବା ସହ ନିଜେ କାନ୍ଦିଥାନ୍ତି ଓ ସାନ୍ତ୍ୱନା ମଧ୍ୟ ଦେଇଥାନ୍ତି ।

ତେବେ ଏଥିପାଇଁ କମ୍ପାନୀମାନେ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରି କର୍ମଚାରୀଙ୍କୁ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ କହିଥାନ୍ତି । ଲୋକଙ୍କୁ ଏକତ୍ର କରିବା, ନିଜର ଦୁର୍ବଳ ବିଷୟରେ ଜାଣିବା ସହିତ ଏକାଠି ହୋଇ ଗୋଟିଏ ଟିମରେ କାମ କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ । ପ୍ରଥମେ କର୍ମଚାରୀଙ୍କ ଟିମକୁ ଏକ ଅଲଗା ରୁମରେ ବସାଇ ବିଭିନ୍ନ ଦୁଃଖଭରା ଫିଲ୍ମ ଦେଖିବାକୁ କୁହାଯାଏ । ଏହାପରେ ସେମାନେ ଯେତେବେଳେ ଭାବବିହ୍ୱଳ ହୋଇ କାନ୍ଦିଥାନ୍ତି ସେହି ସମୟରେ ଭଡ଼ାରେ ନିଯୁକ୍ତ ପୁରୁଷମାନେ କର୍ମଚାରୀଙ୍କ ସହ ମିଶି କାନ୍ଦିଥାନ୍ତି ଓ ସେମାନଙ୍କ ଲୁହ ପୋଛି ସାନ୍ତ୍ୱନା ଦେଇଥାନ୍ତି । ଜାପାନରେ ଏହି ପରମ୍ପରା ବେଶ ଲୋକପ୍ରିୟ ହୋଇଥିବା ବେଳେ ଏଭଳି କର୍ମଚାରୀଙ୍କୁ କମ୍ପାନୀ ଫୁଲଟାଇମ ଓ ପାର୍ଟଟାମରେ ରଖୁଥିବା ଦେଖାଯାଉଛି । ତେବେ ସାଧାରଣ ଭାବେ ଜାପାନୀମାନେ ସର୍ବସମ୍ମୁଖରେ କାନ୍ଦି ପାରନ୍ତି ନାହିଁ । ତେଣୁ ସମସ୍ତଙ୍କ ସାମ୍ନାରେ କାନ୍ଦିବା ଦ୍ୱାରା ସେମାନଙ୍କର ଦୁର୍ବଳତା ଦୂର ହୋଇଥାଏ । ଏଥିସହିତ ସମସ୍ତେ ଏକାଠି ହେବାର ସୁଯୋଗ ମିଳିଥାଏ ଓ ସର୍ବସମ୍ମୁଖରେ ନିଜର ଖୋଲା ମତ ପ୍ରକାଶ କରିବାରେ ତାହା ସହାୟକ ହୋଇଥାଏ ବୋଲି କୁହାଯାଇଛି ।

Get real time updates directly on you device, subscribe now.