fbpx

ଆସୁଛି ଆଉ ଏକ ମହାମାରୀ! ଚାଇନାରେ ବ୍ୟାପୁଛି ଅଜଣା ରୋଗର ଆତଙ୍କ: ସଂକ୍ରମିତ ହେଉଛନ୍ତି ଶିଶୁ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ମହାମାରୀ ସହ ଏବେ ମଧ୍ୟ ସଂଘର୍ଷ କରୁଛି। ଏହା ମଧ୍ୟରେ ଚାଇନାରେ ଅନ୍ୟ ଏକ ରୋଗ ଦ୍ରୁତ ଗତିରେ ବ୍ୟାପିବା ଚିନ୍ତାର ବିଷୟ ପାଲଟିଛି । ଅଜଣା ନିମୋନିଆର ଆତଙ୍କ ଏଠାକାର ଶିଶୁମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ଏହି କାରଣରୁ ଚାଇନାର ବେଜିଂ ସହରରେ ଥିବା ଲିୟାଓନିଙ୍ଗ ଡାକ୍ତରଖାନାରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ତେବେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତାରେ ପଡିଯାଇଛନ୍ତି। ଶିଶୁମାନେ ଅଧିକ ମାତ୍ରାରେ ଏହି ରୋଗର ଶିକାର ହେଉଥିବା ଦେଖାଯାଇଛି। ଫୁସଫୁସ ଫୁଲିଯିବା, ପ୍ରବଳ ଜ୍ୱର ସହିତ ଅନ୍ୟାନ୍ୟ ଅସ୍ୱାଭାବିକ ଲକ୍ଷଣ ମଧ୍ୟ ସେମାନଙ୍କଠାରେ ଦେଖିବାକୁ ମିଳିଛି । ତେବେ ସାଧାରଣ ଥଣ୍ଡା ତଥା ଫ୍ଲୁ ସମ୍ବନ୍ଧୀୟ ଅନ୍ୟାନ୍ୟ ଲକ୍ଷଣ ସେମାନଙ୍କଠାରେ ଦେଖାଯାଉନଥିବା ଡାକ୍ତର କହିଛନ୍ତି । ଏହି କାରଣରୁ ସେଠାକାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରହିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ନିମୋନିଆକୁ ନେଇ ବଢ଼ୁଥିବା ବିପଦ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚିନ୍ତା ପ୍ରକଟ କରିଛି । ତେବେ ଏହି ରୋଗର ଆଶଙ୍କା ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛି WHO । ଏଥି ସହ ଶିଶୁମାନଙ୍କ ନିମୋନିଆ ବିଷୟରେ ଅଧିକ ସୂଚନା ପ୍ରଦାନ କରିବାକୁ WHO ଅନୁରୋଧ କରିଛି। ଅକ୍ଟୋବର ମଧ୍ୟଭାଗରୁ ଉତ୍ତର ଚାଇନାରେ ଗତ ତିନିବର୍ଷ ମଧ୍ୟରେ ସମାନ ସମୟ ତୁଳନାରେ ସ୍ୱାଇନ୍ ଫ୍ଲୁ ଭଳି ରୋଗରେ ବୃଦ୍ଧି ଘଟିଥିବା ମଧ୍ୟ କହିଛି।

ଚାଇନାରେ ବ୍ୟାପିଥିବା ଏହି ନିମୋନିଆ ଆଗାମୀ କିଛି ଦିନ ମଧ୍ୟରେ ମହାମାରୀରେ ପରିଣତ ହେବା ନେଇ ଆଶଙ୍କା କରିଛି ଓପନ୍ ଆକ୍ସେସ୍ ସିସିଟିଭି ପ୍ଲାଟଫର୍ମ ପ୍ରୋମେଡ। ତେବେ ଡିସେମ୍ବର ୨୦୧୯ ଶେଷରେ ପ୍ରୋମେଡ ଏକ ନୂଆ ଭାଇରସ ବିଷୟରେ ଚେତାବନୀ ଦେଇଥିଲା । ପରେ ଏହା ସାର୍ସ-ସିଓଭି-୨ ଭାବରେ ଚିହ୍ନଟ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏତେ ସଂଖ୍ୟକ ପିଲା ଏତେ ଶୀଘ୍ର ପ୍ରଭାବିତ ହେବା ସ୍ୱାଭାବିକ ନୁହେଁ। ରିପୋର୍ଟରେ କୁହାଯାଇଛି ଯେ ଏହା ମହାମାରୀ କି ନୁହେଁ ତାହା ଏତେ ଶୀଘ୍ର ଅନୁମାନ କରିବା କଷ୍ଟ । କିନ୍ତୁ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ଉଚିତ୍।

Get real time updates directly on you device, subscribe now.