fbpx

ବେଡ୍ ପାର୍ଟନର ଲାଗି ଯୁବତୀ ଇଣ୍ଟରନେଟ୍‌ରେ ଦେଲେ ବିଜ୍ଞାପନ, videoରେ ଦେଖନ୍ତୁ କ’ଣ କହୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜ ପାଇଁ ବେଡ୍ ପାର୍ଟନର ନିମନ୍ତେ ବିଜ୍ଞାପନ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସେ ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଦାବୀ କରିଛନ୍ତି । ଏହା ସହିତ ତାଙ୍କର ଆଉ କିଛି ସର୍ତ୍ତ ବି ରହିଛି । ତାଙ୍କର ଦାବୀ ରହିଛି କି ଯିଏ ତାଙ୍କର ସର୍ତ୍ତ ପୂରଣ କରିବ ସେ ତାଙ୍କ ବେଡ୍‌ମେଟ୍ ହୋଇପାରିବ । ଏହି ଅଜବ ଧରଣର ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ କହୁଛନ୍ତି ନିଜ ବେଡ୍‌କୁ ଏପରି ଭଡାରେ କିଏ ଲଗାଇଥାଏ ।

 

View this post on Instagram

 

A post shared by Anya Ettinger (@aserealty)

ଆମେରିକୀୟ ସହର ଟରଣ୍ଟୋରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀ ନିଜ ଘରର ଭଡା ବଢିଯିବାରୁ ଏପରି ଏକ ଅଜବ କାରନାମା କରିଛନ୍ତି । ଯୁବତୀ ଜଣକ ବେଡ୍ ପାର୍ଟନର ଲାଗି ଅନଲାଇନରେ ବିଜ୍ଞାପନ ଦେଇଛନ୍ତି । ତେବେ ଯୁବତୀଙ୍କ ଏପରି ପୋଷ୍ଟ ସୋସିଆଲ ମିଡିଆରେ ଲୋକଙ୍କୁ ଚକିତ କରିଛି । ଆନ୍ୟା ଆଣ୍ଟିଗର ନାମକ ଏହି ଯୁବତୀ ଇଣ୍ଟରନେଟ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଦାବୀ ରହିଛି କି ତାଙ୍କର କୁଇନ୍ ସାଇଜ୍ ବେଡ୍ ଲାଗି ତାଙ୍କୁ ଜଣେ ବେଡ୍ ପାର୍ଟନର ଲୋଡା । ଫେସବୁକ୍ ମାର୍କେଟପ୍ଲେସ୍‌ରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ଯୁବତୀ ଏଥିଲାଗି ପ୍ରତି ମାସରେ ୯୦୦ କାନାଡା ଡଲାର ଅର୍ଥାତ୍ ୫୫,୦୦୦ ଟଙ୍କା ନେବେ ବୋଲି ଦାବୀ ରଖିଛନ୍ତି ।

ତେବେ ସେ ନିଜ ସର୍ତ୍ତରେ ଲେଖିଛନ୍ତି ସେ ନିଜ କୁଇନ୍ ସାଇଜ୍ ବେଡ୍ ଲାଗି ଜଣେ ମହିଳା ପାର୍ଟନର ଖୋଜୁଛନ୍ତି । ତାଙ୍କୁ ଜଣେ ଏପରି ରୁମମେଟ୍‌ର ଆବଶ୍ୟକତା ରହିଛି ଯିଏ ତାଙ୍କ ସହ ବେଡ୍ ବି ସେୟାର କରିପାରିବ । ସେ ଲେଖିଛନ୍ତି ଟରୋଣ୍ଟୋ ସହରରେ ରହିବା ଏବେ ବହୁତ ମହଙ୍ଗା ହୋଇଗଲାଣି । ଆୟ ଠାରୁ ଖର୍ଚ୍ଚ ବହୁତ ଅଧିକ ହୋଇଯାଉଛି । ଏଥିପାଇଁ ସେ ଏପରି ଉପାୟ ଆପଣାଇଛନ୍ତି ।

Get real time updates directly on you device, subscribe now.