fbpx

ରଣବୀରଙ୍କ ‘ଆନିମଲ’ ଅବତାର, ଟ୍ରେଲର ରିଲିଜ୍

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ରିଲିଜ୍ ହେବା ପରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ଆସିବାରେ ଲାଗିଛି । ଫିଲ୍ମରେ ରଣବୀର କପୁର ସବୁଠାରୁ ଭୟଙ୍କର ଭୂମିକାରେ ନଜର ଆସିଛନ୍ତି । ଏହାପୂର୍ବରୁ ଫିଲ୍ମର ଟିଜର ଓ ଗୀତ ରିଲିଜ୍ କରି ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହ ବଢାଇ ଦେଇସାରିଛନ୍ତି । କିନ୍ତୁ ଏହାର କାହାଣୀ ବିଷୟରେ କେହି ବି ଅନୁମାନ ଲଗାଇ ପାରି ନ ଥିଲେ । ଏବେ ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି କି ଏହାର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଯିବ ।

ଟ୍ରେଲରରେ ରଣବୀର କପୁର ନଜର ଆସୁଛନ୍ତି ଯିଏ କି ଏକ ଧନୀ ଘରେ ଜନ୍ମ ନେଇଛନ୍ତି । ପ୍ରଥମରୁ ବେଶ୍ ଶାନ୍ତ ଓ ସରଳ ଥିବା ଏହି ପିଲାଟି ବଡ ହେବା ପରେ ବିଗିଡି ଯାଇଛି ଓ ପରେ ଦୁନିଆର ସବୁଠାରୁ ଭୟାନକ ଚରିତ୍ର ମଧ୍ୟରୁ ଜଣେ ପାଲଟି ଯାଇଛି । ପିତାଙ୍କ ସହ ତାର ସଂପର୍କ ବହୁତ ଖରାପ ରହିଛି । ପରେ ସେ ପିତାଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ଲାଗି ଏପରି ରାସ୍ତାରେ ଯାଇଛି ଯେଉଁଠାରୁ ଜୀବିତ ଫେରିଆସିବା ତା ପାଇଁ ବହୁତ ମୁସ୍କିଲ ହୋଇଯାଇଛି ।

ଟ୍ରେଲରକୁ ଦେଖିବା ପରେ ଏହା କୁହାଯାଉଛି କି ସେ ‘ଆନିମଲ’ ସହିତ ନିଜ କ୍ୟାରିୟରର ସବୁଠାରୁ ବେଷ୍ଟ ପରଫର୍ମାନ୍ସ ଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି । ଲୁକ୍ ଠାରୁ ଆରମ୍ଭ କରି ତାଙ୍କ କଥା କହିବାର ଶୈଳୀ, ଡାଇଲଗ୍‌, ଆକ୍ସନ ସବୁକିଛି ବେଶ୍ ଦମଦାର ରହିଛି । ରଣବୀରଙ୍କ ସହ ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ରହିଛନ୍ତି । ଉଭୟଙ୍କ ରୋମାନ୍ସ ବି ଖୁବ୍ ଚର୍ଚ୍ଚା ସାଉଁଟିଛି ।

Get real time updates directly on you device, subscribe now.