fbpx

BIG BREAKING: ରାହୁଲ ଗାନ୍ଧୀଙ୍କୁ ଇସି ନୋଟିସ, ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ(ଇସି)ଙ୍କ ନୋଟିସ। ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି “ପନୌତି” ଶବ୍ଦ ବ୍ୟବହାର କରିଥିଲେ ରାହୁଲ। ତେବେ ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ତାଙ୍କୁ ନୋଟିସରେ ନିର୍ଦ୍ଦେଶ ରହିଛି। ଏନେଇ କାହିଁକି କାର୍ୟ୍ୟାନୁଷ୍ଠାନ ନ ହେବ ସେଥିପାଇଁ ଉତ୍ତର ରଖିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ରହିଛି।

ସୂଚନା ଥାଉକି, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ ଦେଖିବା ପାଇଁ ଓ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ କ୍ରୀଡାପ୍ରେମୀଙ୍କ ସମେତ ସମସ୍ତ ରାଜନେତା, ସେଲିବ୍ରେଟି ମାନେ ଷ୍ଟାଡିୟମରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଭାରତୀୟ ଦଳ ଫାଇନାଲରେ ହାରିଯାଇଥିଲା। ତେବେ ମୋଦି ଓ ଅମିତ ଶାହାଙ୍କ ଉପସ୍ଥିତି ଅଶୁଭ ବୋଲି କହି ଏହା ଭାରତର ପରାଜୟ କାରଣ ବୋଲି କଂଗ୍ରେସ ତୀବ୍ର ସମାଲୋଚନା କରିଥିଲା । ଅନ୍ୟପଟେ ଏହାକୁ ନେଇ ଦଳ ପକ୍ଷରୁ ବିଭିନ୍ନ ମେମେସ ମଧ୍ୟ ପ୍ରସ୍ତୁତ କରାଯାଇ ସୋସିଆଲ ମିଡ଼ିଆରେ ମଧ୍ୟ ଅପଲୋଡ଼ କରାଯାଇଛି ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ମଧ୍ୟ ମୋଦିଙ୍କ ଉପସ୍ଥିତିକୁ ନେଇ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ କଥା ଉଠିଥିଲା। ଏତିକି ବେଳେ ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ। ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, “ହଁ, ପନୌତି, ପନୌତି। ଆମ ପିଲାମାନେ ବେଶ ଆରାମରେ ବିଶ୍ୱକପ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା। ଟିଭିବାଲା ଏହା କେବେ ହେଲେ କହିବେ ନାହିଁ। ହେଲେ ସାଧାରଣ ଜନତା ସବୁ ଜାଣିଛନ୍ତି।” ତେବେ ପନୌତିର ଅର୍ଥ ହେଉଛି ଅଶୁଭ। ଏଥିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ନାହାନ୍ତି। କିନ୍ତୁ ସେ ଫାଇନାଲ ଦିନ ଷ୍ଟାଡିୟମରେ ଉପସ୍ଥିତି ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି “ପନୌତି” ଶବ୍ଦର ବ୍ୟବହାର କରିଥିଲେ।

Get real time updates directly on you device, subscribe now.