fbpx

ଲାଇଭ୍ ଶୋ’ କରୁଥିବା ସମୟରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ, ଗୀଟାର ବଜାଇ ମଞ୍ଚରେ ଗାଉଥିଲେ ଗୀତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଶାନ୍ତ ହେବାର ନାଁ ଧରୁନାହିଁ । ପ୍ରାୟ ୨ ବର୍ଷ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଏବେ ଜଣେ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଲାଇଭ୍ ଶୋ’ ସମୟରେ ହୋଇଛି ଓ ଏହାର ଚିତ୍ର କ୍ୟାମେରାରେ ରେକର୍ଡ ହୋଇଯାଇଛି । ପୂର୍ବ ୟୁକ୍ରେନର ଏକ ରୁଷ ନିୟନ୍ତ୍ରିତ ଅଞ୍ଚଳରେ ରୁଷ ସୈନିକଙ୍କ ଲାଗି ପ୍ରଦର୍ଶନ କରିବା ସମୟରେ ୟୁକ୍ରେନ୍ ଆକ୍ରମଣରେ ରୁଷ ଅଭିନେତ୍ରୀ ପୋଲିନା ମେନଶିଖଙ୍କର ମୃତ୍ୟୁ ହୋଇଯାଇଛି ।

୪୦ ବର୍ଷୀୟା ଅଭିନେତ୍ରୀ ପୋଲିନା ଯେଉଁ ରୁଷ ଥିଏଟରରେ କାମ କରୁଥିଲେ ସେହି ଥିଏଟର ପକ୍ଷରୁ କୁହାଯାଇଛି କି ଡୋନବାସ ଅଞ୍ଚଳରେ ମଞ୍ଚରେ ପ୍ରଦର୍ଶନ କରିବା ସମୟରେ ତାଙ୍କ ହତ୍ୟା କରାଯାଇଛି । ଜଣେ ରୁଷ ସୈନିକ କହିଛନ୍ତି କି ଡୋନେଟସ୍କ ଅଞ୍ଚଳର ଗ୍ରାମରେ ଥିବା ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ୟୁକ୍ରେନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଯେଉଁଥିରେ ପୋଲିନାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.