fbpx

(video)ଫ୍ୟାନ୍‌ଙ୍କ ଠାରୁ ଉପହାର ପାଇ ହଡବଡେଇ ଗଲେ ସଞ୍ଜୁ ବାବା, କ’ଣ ଥିଲା ସେହି ଉପହାର ଯାହାକୁ ନେଇ ଏବେ ଚର୍ଚ୍ଚା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ଜଣେ ଟିନଏଜ୍ ପ୍ରଶଂସକ ଏକ ଅଜବ ଉପହାର ଦେଇଛନ୍ତି ଯାହାକୁ ଦେଖି ଅଭିନେତା ଚକିତ ହୋଇଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

ସଞ୍ଜୟ ଦତ୍ତଙ୍କ ଜୀବନ ବେଶ୍ ଉତ୍‌ଥାନ ପତନ ଦେଇ ଆଗକୁ ଗତି କରିଛି । ସଞ୍ଜୟ ଦତ୍ତଙ୍କ ଅଭିନୟକୁ ଦର୍ଶକ ବେଶ୍ ମନଭରି ଉପଭୋଗ କରିଥାନ୍ତି । ଆଜି ବି ସଞ୍ଜୟ ଦତ୍ତଙ୍କର ପ୍ରଶଂସକଙ୍କ ସଂଖ୍ୟା ସାମାନ୍ୟ ବି କମିନାହିଁ । ଜଣେ ଟିନ ଏଜ୍‌ର ଫ୍ୟାନ୍‌ଙ୍କର ନିକଟରେ ଏୟାରପୋର୍ଟରେ ସଞ୍ଜୟଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲା । ସଞ୍ଜୟ ଦତ୍ତଙ୍କୁ ଦେଖିବା ମାତ୍ରେ ସେ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଉପହାରଟିକୁ ଦେଖିବା ମାତ୍ରେ ସଞ୍ଜୁ ବାବା ହଡବଡେଇ ଯାଇଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

ସଞ୍ଜୟ ଦତ୍ତଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ତାଙ୍କ ସହ ବହୁ ପୋଲିସ କର୍ମୀ ବି ଥିଲେ । ଏହାରି ଭିତରେ ତାଙ୍କୁ ଜଣେ ବାଳକ ଆସି ଭେଟିଥିଲା । ବାଳକଟି ତାଙ୍କ ସହ ଫଟୋ କ୍ଲିକ୍ କରିବା ସହ ତାଙ୍କୁ ଏକ ଉପହାର ଦେଇଥିଲା । କିନ୍ତୁ ଏହି ଗିଫ୍ଟକୁ ଦେଖି ସଞ୍ଜୟ ଦତ୍ତ ହଡବଡେଇ ଯାଇଥିଲେ । ସେ ବାଳକ ହାତରୁ ଗିଫ୍ଟଟି ନେଇଥିଲେ ସତ କିନ୍ତୁ ତତକ୍ଷଣାତ୍ ତାହାକୁ ପଛରେ ଥିବା କର୍ମୀଙ୍କ ହାତରେ ଧରାଇ ଦେଇଥିଲେ ।
ପ୍ରକୃତରେ ବାଳକ ଜଣକ ତାଙ୍କୁ ଏକ କଫି ମଗ୍ ଉପହାର ଦେଇଥିଲା । କିନ୍ତୁ ଏହି କଫି ମଗ୍‌ରେ ଗନ୍ ଲାଗିଥିଲା ଯାହା ଦେଖିବା ପରେ ସଞ୍ଜୟ ହଡବଡେଇ ଯାଇଥିଲେ ।

ଏବେ ଏହି ଭିଡିଓଟି ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟସ୍ ଦେବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି ସଞ୍ଜୁ ବାବାଙ୍କୁ ବନ୍ଧୁକ ଦେଖିଲେ ଭୟ ଲାଗୁଛି । ଅନ୍ୟ ଜଣେ ଲେଖିଛନ୍ତି ଏହି ବନ୍ଧୁକ ପାଇଁ ତ ବାବା ଜେଲ୍ ଯାଇଥିଲେ ।

Get real time updates directly on you device, subscribe now.