fbpx

କାର୍ତ୍ତିକ ପୂର୍ଣ୍ଣିମାରେ ଘଟିବାକୁ ଯାଉଛି ଏହି ଦୂର୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ

କାର୍ତ୍ତିକ ମାସରେ ବିଶେଷକରି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ । ଏହା ସହିତ ସବୁ ପୂର୍ଣ୍ଣିମା ଠାରୁ କାର୍ତ୍ତିକ ପୂର୍ଣ୍ଣିମାକୁ ବି ଅଧିକ ସ୍ୱତନ୍ତ୍ର ମନେ କରାଯାଏ । କାରଣ ଏହିଦିନ ଗଙ୍ଗାସ୍ନାନ ସହିତ ଦୀପଦାନ ବି କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ କାର୍ତ୍ତିକ ପର୍ବ ପାଳନ କରାଯାଏ । ଏ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୨୭ ନଭେମ୍ବରରେ ପାଳନ କରାଯିବ ।
ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଅନେକ ବିଶେଷ ଯୋଗ ଯେପରିକି ସର୍ବାର୍ଥ ସିଦ୍ଧି ଯୋଗ, ଦ୍ୱିପୁଷ୍କର ଯୋଗ ସୃଷ୍ଟି ହେଉଥିବାରୁ ଏହାକୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ଦୁର୍ଲଭ ସଂଯୋଗ କାରଣରୁ କେଉଁ ରାଶିର ଲୋକଙ୍କ ଲାଗି ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ଆସନ୍ତୁ ଜାଣିବା ।
ବୃଷ: ଏମାନଙ୍କ ଲାଗି କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଖାସ୍ ରହିଛି । ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ ଧନଲାଭ ହେବ । ଚାକିରୀ କ୍ଷେତ୍ରରେ ବି ଉନ୍ନତି ହେବ ଓ ଆୟ ବଢିବ ।
ମିଥୁନ:ଏମାନଙ୍କ ଲାଗି କାର୍ତ୍ତିକ ମାସ ପୂର୍ଣ୍ଣିମା ବେଶ୍ ଶୁଭଦାୟୀ ହେବ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଶ୍ରୀହରିଙ୍କ କୃପାରୁ ସ୍ୱାସ୍ଥ୍ୟ ଭଲ ରହିବ । ପଦୋନ୍ନତିର ଯୋଗ ମଧ୍ୟ ରହିଛି ।
କନ୍ୟା: ମା’ ଲକ୍ଷ୍ମୀଙ୍କ କୃପାରୁ ଅପାର ଧନ ପ୍ରାପ୍ତ ହେବେ । ବ୍ୟବସାୟରେ ଲାଭ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।

Get real time updates directly on you device, subscribe now.