fbpx

ଏହା ହେଉଛି ବିଶ୍ୱର ସବୁଠାରୁ ଭୟଙ୍କର ଚାକିରୀ, (video) ଦେଖିଲେ ଆପଣଙ୍କର ବି ଚେତା ବୁଡିଯିବ

ନୂଆଦିଲ୍ଲୀ: ସବୁ ଲୋକଙ୍କୁ ମନେ ହୋଇଥାଏ କି ତାଙ୍କ ଚାକିରୀ ସବୁଠାରୁ ଖରାପ ଓ ଅନ୍ୟମାନଙ୍କ ଚାକିରୀ ବହୁତ ଭଲ । କିନ୍ତୁ ଯେତେବେଳେ ତାକୁ ଅନ୍ୟର ଚାକିରୀ ବିଷୟରେ ବାସ୍ତବ ତଥ୍ୟ ଜଣାପଡିଥାଏ ସେତେବେଳେ ସତ୍ୟ ତା’ ଆଖି ସାମ୍ନାକୁ ଆସିଥାଏ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୨ ଜଣ ଲୋକ ଏପରି କାମ କରୁଥିବାର ନଜର ଆସୁଛନ୍ତି ଯାହାକୁ ଦେଖିବା ପରେ ଆପଣ ନିଶ୍ଚୟ କହିବେ ଏହା ଦୁନିଆର ସବୁଠାରୁ ଭୟାନକ ଚାକିରୀ ବୋଲି ।
ଟ୍ୱିଟର ଆକାଉଣ୍ଟ @TheFigenରେ ପ୍ରାୟ ସମୟରେ ଚକିତ କରିଦେବା ଭଳି ଭିଡିଓ ନଜରକୁ ଆସିଥାଏ । ଏବେ ଏଥିରେ ଏପରି ଏକ ଭିଡିଓ ନଜର ଆସୁଛି ଯେଉଁଥିରେ ଦୁଇ ଜଣ ବ୍ୟକ୍ତି କେତେଗୁଡିଏ ଚିତାଙ୍କୁ ଖାଦ୍ୟ ଖୁଆଉଥିବାର ନଜର ଆସୁଛନ୍ତି । ଏମାନେ କୌଣସି ଜାତୀୟ ପାର୍କର କର୍ମଚାରୀ ଭଳି ମନେ ହେଉଛନ୍ତିି । ଏମାନଙ୍କ ଏହି କାମ ଦୁନିଆର ସବୁଠାରୁ ଭୟାନକ କାମ ଅଟେ ।

ଏହା ତ ସମସ୍ତେ ଜାଣନ୍ତି କି ଚିତାବାଘ ଦୁନିଆର ସବୁଠାରୁ ଭୟାନକ ଶିକାରୀ ମଧ୍ୟରୁ ଗୋଟିଏ ଯିଏକି ସବୁଠାରୁ ଦ୍ରୁତ ଗତିରେ ଦୌଡିଥାଏ । କିନ୍ତୁ ସାମ୍ନାରେ ଏତେଗୁଡିଏ ଚିତାଙ୍କୁ ଦେଖିବା ଓ ସେମାନଙ୍କୁ ଖାଇବାକୁ ଦେବା ଦୁନିଆର ସବୁଠାରୁ ବିପଦଜନକ ଚାକିରୀ ନିଶ୍ଚୟ ।
ଭିଡିଓରେ ଦେଖିବାକୁ ମିଳୁଛି କି ୨ ଜଣ ଲୋକ ଟ୍ରଲିରେ ମାଂସ ଭରି ଆଣିଛନ୍ତି । ସେମାନେ ଟ୍ରଲିରୁ ମାଂସ ଖଣ୍ଡ ବାହାର କରି ଚିତାଙ୍କ ଆଡକୁ ଫିଙ୍ଗୁଛନ୍ତି । ଏତେଗୁଡିଏ ଚିତାଙ୍କୁ ଦେଖିଲେ କାହାର ବି ହୋସ୍ ଉଡିଯିବ । କିନ୍ତୁ ଏଠି ଚିତାଗୁଡିକ ଗୋଟିଏ ଗୋଟିଏ ବିଲେଇ ପରି ଶାନ୍ତ ନଜର ଆସୁଛନ୍ତି । ସେମାନେ ମଣିଷ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ମାଂସ ପାଇଁ ଲଢୁଥିବାର ନଜର ଆସୁଛନ୍ତି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

Get real time updates directly on you device, subscribe now.