fbpx

ଝାଳର ଦୁର୍ଗନ୍ଧ ଭୟଙ୍କର ବିମାରୀର ସଙ୍କେତ: କିଡନୀ, ଯକୃତ, ମଧୁମେହ ରୋଗ ହିଁ ଏହା ପଛର କାରଣ ହୋଇପାରେ

ସାଧାରଣତଃ ଗରମ ସିଜିନରେ ପ୍ରାୟତଃ ସମସ୍ତଙ୍କ ଦେହରୁ ଝାଳ ବାହାରିଥାଏ । ତେବେ କିଛି ଲୋକଙ୍କ ଠାରୁ ଖରା, ବର୍ଷା, ଶୀତ ସବୁ ସିଜିନରେ ଝାଳ ବାହାରିଥାଏ । ତେବେ କିଛି ଲୋକଙ୍କ ଠାରୁ ନିର୍ଗତ ହେଉଥିବା ଝାଳର ଦୁର୍ଗନ୍ଧ ସମସ୍ତଙ୍କୁ ଅସହ୍ୟ କରି ପକାଇଥାଏ । ବିଭିନ୍ନ କାରଣ ପାଇଁ ଝାଳ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ଯଦି ଆପଣଙ୍କ ଝାଳରୁ ଏପରି ଦୁର୍ଗନ୍ଧ ଆସୁଛି, ତେବେ ଏହା ଅନେକ ବୀମାରୀର ସଙ୍କେତ ପ୍ରଦାନ କରିଥାଏ ।

ଯେତେବେଳେ ଆପଣଙ୍କର ଝାଳ ଚର୍ମରେ ଥିବା ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସେ, ତେବେଳେ ଏଥିରୁ ଦୁର୍ଗନ୍ଧ ବାହାରିଥାଏ । ଝାଳର ନିଜସ୍ୱ କୌଣସି ସ୍ମେଲ ନଥାଏ । ତ୍ୱଚାର ବ୍ୟାକ୍ଟେରିଆ ଝାଳ ସହ ମିଶି ଏହି ଦୁର୍ଗନ୍ଧ ସୃଷ୍ଟି କରିଥାଏ । ଆମ ଶରୀରରୁ ଖଟା, ମିଠା, ତିଖି ବା ପିଆଜ ପରି ବିଭିନ୍ନ ପ୍ରକାରର ସ୍ମେଲ ଆସିଥାଏ । ଆପଣଙ୍କର ଝାଳର ପରିମାଣ ଶରୀରର ଗନ୍ଧକୁ ପ୍ରଭାବିତ କରି ନଥାଏ । ଯଦି ଆପଣଙ୍କର ଶରୀରରୁ ଝାଳ ନ ବାହାରୁଛି, ତେବେ ମଧ୍ୟ ଦୁର୍ଗନ୍ଧ ଆସିପାରେ । ଯଦି ଜଣଙ୍କର ଶରୀରରୁ ବହୁତ ଅଧିକ ଝାଳ ବୋହୁଛି, ତେବେ ଏହାର ମତଲବ ନୁହେଁ ଯେ ଶରୀରରୁ ଦୁର୍ଗନ୍ଧ ଆସିବ । ଆପଣଙ୍କର ଶରୀରରେ କେଉଁ ପ୍ରକାରର ବ୍ୟାକ୍ଟେରିଆ ରହିଛନ୍ତି, ତା’ ଉପରେ ଝାଳର ସ୍ମେଲ ନିର୍ଭର କରିଥାଏ ।

ଚର୍ମର ପୃଷ୍ଠରେ ଥିବା ଝାଳର ଗ୍ରନ୍ଧିରୁ ଝାଳ ଆସିଥାଏ । ଆମ ଶରୀରରେ ଏକ୍ରାଇନ ଓ ଏପୋକ୍ରାଇନ ଦୁଇ ପ୍ରକାରର ଝାଳ ଗ୍ରନ୍ଥି ରହିଥାଏ । ଏପ୍ରୋକ୍ରାଇନ ଗ୍ରନ୍ଥି ଶରୀରରେ ସ୍ମେଲ ସୃଷ୍ଟି କରିଥାଏ । ଯୁବାବସ୍ଥା ପର୍ଯ୍ୟନ୍ତ ଶରୀରରେ ଏହି ଗ୍ରନ୍ଥି କାର୍ଯ୍ୟାରମ୍ଭ କରିନଥାଏ, ତେଣୁ ଛୋଟ ପିଲାଙ୍କ ଶରୀରରୁ ଦୁର୍ଗନ୍ଧ ଆସିନଥାଏ । ଝାଳ ଆସିବା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ହେଁ ପିଆଜ, ରସୁଣ, ପତ୍ର କୋବି, ବ୍ରୋକଲି, ଫୁଲକୋବି, ଲାଲ ମାଂସ, କୈଫିନ, ମସଲାଯୁକ୍ତ ଖାଦ୍ୟ, ମଦ ସେବନ ଦ୍ୱାରା ଝାଳରୁ ସ୍ମେଲ ଆସିଥାଏ । ଔଷଧ, ସେପ୍ଲିମେଣ୍ଟସର ସେବନ ମଧ୍ୟ ସ୍ମେଲର କାରଣ ସାଜିଥାଏ ।

ଏଥିସହିତ ଡାଇବେଟିସ, ଗଠିୟା, ମେନୋପୋଜ, ଓଭରଆକ୍ଟିଭ ଥାଇରଏଡ, ଲିଭର ବିମାରୀ, କିଡନୀ ବିମାରୀ, ସଂକ୍ରାମକ ରୋଗ ମଧ୍ୟ ଝାଳ ଦୁର୍ଗନ୍ଧ ପାଇଁ ଦାୟୀ । ଯଦି ଆପଣଙ୍କ ଝାଳରୁ ଦୁର୍ଗନ୍ଧ ଆସୁଛି, ତେବେ ଏହା ଡାଇବେଟିସ କେଟୋଏସିଡୋସିସର ଲକ୍ଷଣ ହୋଇଥାଇପାରେ । ହାଇ କିଟୋନ ସ୍ତର କାରଣରୁ ଆପଣଙ୍କର ବ୍ଲକ ଏସିଡିକ ହୋଇ ସେଥିରୁ ଫ୍ରୁଟି ପରି ସ୍ମେଲ ଆସିଥାଏ । ଲିଭର ବା କିଡନୀ ରୋଗ ହୋଇଥିଲେ ଶରୀରରେ ଟକ୍ସିନ ଜମା ହୋଇ ଝାଳରୁ ବ୍ଲିଚ ପରି ଦୁର୍ଗନ୍ଧ ଆସିଥାଏ ।

Get real time updates directly on you device, subscribe now.