fbpx

କମ ବୟସରେ ପାଚିଯାଉଛି କି କେଶ! ଏହି ଉପାୟରେ କରନ୍ତୁ ସମାଧାନ, ମିଳିବ ଲାଭ

ଆଜିକାଲି କେଶ ଧଳା ହେବା ଏକ ସାଧାରଣ ସମସ୍ୟା । ଏକ ସମୟ ଥିଲା ଯେତେବେଳେ କେଶ ଧଳା ହେବାକୁ ବୟସାଧିକ୍ୟର ଲକ୍ଷଣ ଭାବେ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ଲୋକମାନଙ୍କର କେଶ ଅଳ୍ପ ବୟସରେ ଧଳା ହେଉଛି । ଏପରିକି ପିଲାମାନଙ୍କର କେଶ ମଧ୍ୟ ଅଳ୍ପ ବୟସରେ ଧଳା ହୋଇଯାଉଛି । ଏପରି ପରିସ୍ଥିତିରେ ଏହା ଉପରେ ଉପଯୁକ୍ତ ସମୟରେ ଧ୍ୟାନ ଦେବା ଓ ଏହି ସମସ୍ୟାକୁ ମୂଳରୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅବ୍ୟବସ୍ଥିତ ଜୀବନଶୈଳୀ, ହର୍ମୋନାଲ ପରିବର୍ତ୍ତନ, କେଶରେ ଭୁଲ ପ୍ରଡକ୍ଟର ବ୍ୟବହାର ଯୋଗୁ ଏପରି ହୋଇଥାଏ । ତେବେ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ ବଢ଼ିବା କାରଣରୁ ଏପରି ହୋଇଥାଏ । ଏହାର ସମାଧାନ ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଚିକିତ୍ସା ଏବଂ ଉପଚାର କରିଥାନ୍ତି । ତେବେ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କେଶକୁ ସ୍ୱାଭାବିକ ଭାବରେ କଳା କରି ପାରିବେ ।

ଅଁଳା- କେଶ ସ୍ୱାସ୍ଥ୍ୟ ପାଇଁ ଅଁଳା ଉପକାରୀ ବୋଲି ବିବେଚନା କରାଯାଏ । ଅଁଳାରେ ପ୍ରଚୁର ପରିମାଣର ଆଇରନ୍, ଭିଟାମିନ୍ ସି, ଜିଙ୍କ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ । ଏହା କେଶକୁ ମଜବୁତ କରିବା ସହ ଏହାକୁ କଳା ରଖିବା ଏବଂ କେଶ ଝଡ଼ାକୁ ରୋକିବା ପାଇଁ ମଧ୍ୟ ବେଶ ଆବଶ୍ୟକ ଉପାଦାନ । ତେବେ ଅଁଳାକୁ ଆପଣ ହେନା ସହିତ ମଧ୍ୟ ବ୍ୟବହାର କରିପାରିବେ । ଏହା ସହିତ କେଶ ମୂଳରେ ସତେଜ ଅଁଳା ରସ ମଧ୍ୟ ଲଗାଇ ପାରିବେ । ଆପଣ ଏକ ପେଷ୍ଟ ତିଆରି କରି ଏହାର ପାଉଡର ମଧ୍ୟ ବ୍ୟବହାର କରିପାରିବେ ।

ଗୋଟା ମେଥି- ଅଁଳା ବ୍ୟତୀତ, ଗୋଟା ମେଥି ଦାନା ମଧ୍ୟ ପ୍ରାକୃତିକ ଭାବରେ କେଶକୁ କଳା କରିବାରେ ସହାୟତା କରିଥାଏ । ମେଥିରେଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା କେଶକୁ କଳା ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ପାଇଁ, ଦୁଇ ଚାମଚ ଗୋଟା ମେଥି ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ଗ୍ରାଇଣ୍ଡ କରି କେଶ ମୂଳରେ ଲଗାନ୍ତୁ । ଯଦି ଆପଣ ଚାହାଁନ୍ତି ଆପଣ ଏହାକୁ ନଡିଆ କିମ୍ବା ବାଦାମ ତେଲ ସହିତ ମିଶାଇ ଏକ ହେୟାର ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ ।

ଚା’ ପତି- ଚା’ ପତି କେଶ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଯାହା କେଶକୁ ସୁସ୍ଥ ରଖିବା ପାଇଁ ଏକ ଜରୁରୀ ଉପାଦାନ । ସର୍ବପ୍ରଥମେ, ଚା’ ପତିକୁ ପାଣିରେ ଫୁଟାଇ ପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହି ପାଣି ପାଣି ଥଣ୍ଡା ହୋଇଯିବା ପରେ, ଏହାକୁ କେଶର ମୂଳରେ ଲଗାନ୍ତୁ ଏବଂ କିଛି ସମୟ ପାଇଁ ମାଲିସ୍ କରନ୍ତୁ । ପ୍ରାୟ ଏକ ଘଣ୍ଟା ପରେ କେଶକୁ ସାଧା ପାଣିରେ ଧୋଇ ଦିଅନ୍ତୁ । ତେବେ ମନେରଖନ୍ତୁ ଏହାକୁ ବ୍ୟବହାର କରିବା ପରଦିନ କେଶକୁ ନିଶ୍ଚିତ ଶାମ୍ପୂ କରନ୍ତୁ ।

Get real time updates directly on you device, subscribe now.