fbpx

ଦେଶର ୮ଟି ବ୍ୟାଙ୍କ ଉପରେ RBI ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ଗ୍ରାହକମାନେ ନିଶ୍ଚିତ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଅନେକ ସମୟରେ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଦେଶର ବ୍ୟାଙ୍କଗୁଡ଼ିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ ଦେଶର ୮ଟି ସରକାରୀ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ ଆକ୍ସନ ନିଆଯାଇଛି । ଆରବିଆଇ ନିଜର ରେଗୁଟେଲରୀ କ୍ଷମତାର ଉପଯୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛି ।

ଆରବିଆଇ ମୁତାବକ, ବ୍ୟାଙ୍କିଂ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬ଏ ଆଧାରରେ ୩ଟି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିବାର ଅଧିକାର ରହିଥାଏ । ସେହି ତିନୋଟି ବ୍ୟାଙ୍କ ହେଉଛନ୍ତି ବ୍ୟାଙ୍କ ଅଫ୍ ବରୋଦା (ବିଓବି), ସିଟି ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ((ଆଇଓବି)) । ଏହି ୩ଟି ବ୍ୟାଙ୍କ ଉପରେ ମୋଟ ୧୦.୩୪ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି । ସିଟି ବ୍ୟାଙ୍କ ଓ ବିଓବି ଉପରେ ସବୁଠାରୁ ଅଧିକ ଜରିମାନା ଲାଗୁ କରାଯାଇଛି ।

ସେଣ୍ଟ୍ରାଲ ଡିଜୋଜିଟରୀ ଓ ଅନ୍ୟ ମାମଲା ସହ ଜଡ଼ିତ ନିୟମ ଉଲ୍ଲଂଘନ କାରଣରୁ ସିଟି ବ୍ୟାଙ୍କ ଓ ବିଓବି ଉପରେ ଏହି ଜରିମାନା ଲାଗୁ କରାଯାଇଛି । ସେହିପରି ଋଣ ସହ ଜଡ଼ିତ ନିୟମ ଉଲ୍ଲଂଘନ କାରଣରୁ ସରକାରୀ କ୍ଷେତ୍ରର ବ୍ୟାଙ୍କ ଆଇଓବି ଉପରେ ଏକ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ଆରବିଆଇ ସମସ୍ତ ପ୍ରକାରର କମର୍ସିଆଲ ବ୍ୟାଙ୍କ, କୋ-ଅପରେଟିଭ୍ ବ୍ୟାଙ୍କ, ପେମେଣ୍ଟସ ବ୍ୟାଙ୍କ ଓ ନନ-ବ୍ୟାଙ୍କିଂ ଫାଇନାନ୍ସ ବ୍ୟାଙ୍କକୁ ରେଗୁଲେଟ୍ କରିଥାଏ । ସେଥିପାଇଁ ସମୟ ସମୟରେ ବ୍ୟାଙ୍କର କାର୍ଯ୍ୟର ସମୀକ୍ଷା କରାଯାଇଥାଏ । ଗ୍ରାହକଙ୍କ ହିତକୁ ସୁରକ୍ଷା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁନିଶ୍ଚିତ କରିଥାଏ ।

ସେହିପରି ଗତ ୨୩ ତାରିଖରେ ଆରବିଆଇ ପକ୍ଷରୁ ୫ଟି ସମବାୟ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମହିଳା ସେବା ସହକାରୀ ବ୍ୟାଙ୍କ ଲିଃ, ପୋରବନ୍ଦର ବିଭାଗୀୟ ନାଗରିକ ସହକାରୀ ବ୍ୟାଙ୍କ ଲିଃ, ସର୍ବୋଦୟ ନାଗରିକ ସହକାରୀ ବ୍ୟାଙ୍କ ଲିଃ, ଦି ଖମ୍ବାତ ନାଗରିକ ସହକାରୀ ବ୍ୟାଙ୍କ ଲିଃ ଓ ଦି ଭେଜାଲପୁର ନାଗରିକ ସହକାରୀ ବ୍ୟାଙ୍କ ଲିଃ ଉପରେ ଜରିମାନା ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.