fbpx

ମହାକାଶରୁ ଆସିଲା ଭଲ ଖବର, ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ ଏଲ୍ ୧

ଥିରୁବନନ୍ତପୁରମ୍‌: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବା ଲାଗି ମହାକାଶ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ଯାନ ଆଦିତ୍ୟ ଏଲ୍‌୧ ଏହାର ଶେଷ ପର୍ଯ୍ୟାୟ ପାଖାପାଖି ପହଞ୍ଚିଛି । ଏହା ଏଲ୍ ୧ ବିନ୍ଦୁରେ ପ୍ରବେଶ କରିବାର ପ୍ରକ୍ରିୟା ୭ ଜାନୁୟାରୀ ୨୦୨୪ ସୁଦ୍ଧା ପୁରା ହୋଇଯିବ । ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ କହିଛନ୍ତି ଆଦିତ୍ୟ ଏବେ ରାସ୍ତାରେ ଅଛି । ମୋତେ ଲାଗୁଛି କି ଏହା ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି ।

ଇସ୍ରୋ ମୁଖ୍ୟ କହିଛନ୍ତି ମହାକାଶ ଯାନର ଏଲ୍ ୧ ବିନ୍ଦୁରେ ପ୍ରବେଶର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହା ୭ ଜାନୁୟାରୀ ୨୦୨୪ ସୁଦ୍ଧା ଶେଷ ହୋଇଯିବ । ୨ ସେପ୍ଟେମ୍ବରରେ ଆଦିତ୍ୟ ଏଲ୧କୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାପୂର୍ବକ ପ୍ରକ୍ଷେପଣ କରାଯାଇଥିଲା । ଏହି ମହାକାଶ ଯାନ ୧୨୫ ଦିନରେ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଏଲ୍ ୧ ବିନ୍ଦୁ ନିକଟରେ ଥିବା ପ୍ରଭାମଣ୍ଡଳ କକ୍ଷରେ ସ୍ଥାପିତ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି ଏଲ୍ ୧ ବିନ୍ଦୁକୁ ସୂର୍ଯ୍ୟଙ୍କ ସବୁଠାରୁ ନିକଟତର ମନେ କରାଯାଉଛି । ଆଦିତ୍ୟ ଏଲ୍ ୧ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ପାଇଁ ବିଭିନ୍ନ ପ୍ରକାର ଅଧ୍ୟୟନ କରିବା ସହିତ ବିଶ୍ଲେଷଣ ଲାଗି ବିଭିନ୍ନ ଫଟୋ ପୃଥିବୀ ପୃଷ୍ଠକୁ ପଠାଇବ ।

Get real time updates directly on you device, subscribe now.