fbpx

ଯୌନ ସମ୍ପର୍କରେ ବି ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ: ଭୟ ବଢାଇଲା WHO ରିପୋର୍ଟ

ନୂଆଦିଲ୍ଲୀ: ଯୌନ ସମ୍ପର୍କ ରଖିବା ଦ୍ୱାରା ମଧ୍ୟ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ । ଏହାକୁ ନେଇ ଏକ ବଡ଼ ରିପୋର୍ଟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHOର ଏହି ବୟାନ ପରେ ଏବେ ମଙ୍କିପକ୍ସ ଭାଇରସକୁ ନେଇ ଭୟ ଅଧିକ ବଢିଯାଇଛି । ଆଫ୍ରିକା ଦେଶର କଙ୍ଗୋରେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଏହାକୁ ନେଇ ବୈଜ୍ଞାନିକ ଚେତାବନୀ ଚାରି କରିଛନ୍ତି । ବର୍ତ୍ତମାନ ଠାରୁ ଏହାକୁ ନିୟନ୍ତ୍ରଣ କରା ନ ଗଲେ, ଆଗାମୀ ଦିନରେ ଏହା ଖୁବ ଭୟଙ୍କର ରୂପ ନେଇପାରେ ବୋଲି କହିଛନ୍ତି ବୈଜ୍ଞାନିକ । ତେବେ ଯୌନ ସମ୍ପର୍କ ମଧ୍ୟ ମଙ୍କିପକ୍ସ ବ୍ୟାପିବାର ଏକ ମାଧ୍ୟମ ହୋଇପାରେ ବୋଲି ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

WHOର ରିପୋର୍ଟ ଅନୁସାରେ, ବେଲଜିୟମର ଜଣେ ବ୍ୟକ୍ତି ଗତ ମାର୍ଚ୍ଚ ମାସରେ କଙ୍ଗୋ ଯାତ୍ରା କରିଥିଲେ । ତେବେ ଏହି ବ୍ୟକ୍ତି ଜଣକ ଦେହରେ ମଙ୍କିପକ୍ସ ଭାଇରସ ଚିହ୍ନଟ କରାଯାଇଥିଲା । ତେବେ ସେ ଜଣେ ସମଲିଙ୍ଗୀ ହୋଇଥିବାରୁ କଙ୍ଗୋରେ ଅନେକ ଲୋକଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ରହିଥିଲା । ତେବେ ମଙ୍କିପକ୍ସ ଭାଇରସରେ ପଜିଟିଭ ଥିବା ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିଥିବା ୫ ଜଣ ବ୍ୟକ୍ତି ମଧ୍ୟ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହାକୁ ଭିତ୍ତି କରି ଯୌନ ସମ୍ବନ୍ଧ ଦ୍ୱାରା ମଧ୍ୟ ମଙ୍କିପକ୍ସ ସଂକ୍ରମଣ ହୋଇପାରେ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ତେବେ ଏହା ପ୍ରଥମ ପ୍ରମାଣ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଏହାଦ୍ୱାରା ଜଣାଯାଉଛି ଯେ, ମଙ୍କିପକ୍ସ ଭାଇରସ ଯୌନ ସମ୍ପର୍କକୁ ମଧ୍ୟ ସଂକ୍ରମଣର ମାଧ୍ୟମ ଭାବରେ ବ୍ୟବହାର କରିପାରେ । ତେବେ ପୂର୍ବରୁ ଏହି ବୟାନକୁ ଖାରଜ କରାଯାଇଥିଲା । ମଧ୍ୟ ଆଫ୍ରିକା ଏବଂ ପଶ୍ଚିମ ଆଫ୍ରିକାରେ ଦୀର୍ଘ ବର୍ଷରୁ ଏହି ଭାଇରସକୁ ନେଇ ବିପଦ ଲାଗି ରହିଛି । ତେବେ ସାଧାରଣତଃ ମୂଷାମାନଙ୍କ ଦ୍ୱାରା ମଣିଷଙ୍କ ଦେହକୁ ବ୍ୟାପିଥାଏ । ବିଗତ ବର୍ଷରେ ୟୁରୋପ ସମେତ ୧୦୦ରୁ ଅଧିକ ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଜରୁରୀକାଳୀନ ଭାବରେ ଘୋଷଣା କରିଛି ।

ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୧ ହଜାର ଅତିକ୍ରମ କରି ସାରିଥିବା ବେଳେ କେବଳ କଙ୍ଗୋରେ ଚଳିତବର୍ଷ ୧୨,୫୦୦ ମଙ୍କିପକ୍ସ ପଜିଟିଭ ମାମଲା ରେକର୍ଡ ହୋଇଛି । ଏହାବ୍ୟତୀତ ୫୮୦ ଜଣ ରୋଗୀ ଏଥିରେ ପ୍ରାଣ ହରାଇ ସାରିଥିବା ମଧ୍ୟ ଜାଣିବାକୁ ମିଳିଛି । ତେଣୁ କଙ୍ଗୋରେ ,ହା ସବୁଠାରୁ ବଡ଼ ମହାମାରୀ ଭାବରେ ଗଣନା କରାଯାଉଛି ।

Get real time updates directly on you device, subscribe now.