fbpx

ଇସ୍ରାଏଲକୁ ଫେରୁଛନ୍ତି ବନ୍ଦୀ ନାଗରିକ: ଯୁଦ୍ଧ ପରେ ଏତିକି ଲୋକଙ୍କୁ ବନ୍ଧନମୁକ୍ତ କଲାଣି ହମାସ…

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଲାଗିଥିବା ମହାଯୁଦ୍ଧ ଏବେ ଟିକିଏ ଶାନ୍ତ ପଡ଼ିଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ମହାସମରରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଇସ୍ରାଏଲର ହଜାର ହଜାର ଲୋକଙ୍କୁ ହତ୍ୟା କରିବା ପରେ ଏବେ ଶାନ୍ତ ପଡ଼ିଛି ହମାସ । ଧିରେ ଧିରେ ହମାସ ବନ୍ଦୀ କରିଥିବା ଇସ୍ରାଏଲର ନାଗରିକମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦେଉଛି । ଗତକାଲି କିଛି ଇସ୍ରାଏଲ ବାସୀ ଦେଶକୁ ଫେରିଥିବା ବେଳେ ଆଜି ମଧ୍ୟ ୧୪ ଜଣ ଜଣଙ୍କୁ ମୁକ୍ତ କରିଛି ହମାସ । ଏ ନେଇ ଇସ୍ରାଏଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ କତାର ମଧ୍ୟସ୍ଥତା କରିବା ପରେ ମହାସମର ଉପରେ ବ୍ରେକ ଲାଗିଛି । ଏହାପରେ ଚରମପନ୍ଥୀ ସଂଗଠନ ହମାସ ପାଲେଷ୍ଟାଇନର କଏଦୀମାନଙ୍କ ପରିବର୍ତ୍ତେ ୫୦ ଜଣ ବନ୍ଧକଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚୁକ୍ତି ହୋଇଛି ଯେ, ପ୍ରତ୍ୟେକ ଇସ୍ରାଏଲ ବନ୍ଧକଙ୍କ ପରିବର୍ତ୍ତେ ୩ ଜଣ ପାଲେଷ୍ଟାଇନ କଏଦୀଙ୍କୁ ଇସ୍ରାଏଲରୁ ମୁକ୍ତ କରାଯିବ । ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରିପୋର୍ଟ ଅନୁସାରେ, ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଗାଜାର ୨୧୩ ଲୋକଙ୍କୁ ବନ୍ଧକ କରି ରଖାଯାଇଛି ।

ଚୁକ୍ତି ଅନୁସାରେ, ଶୁକ୍ରବାର ହମାସ କବଳରୁ ପ୍ରଥମ ଥର ପାଇଁ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରାଯାଇଛି । ହମାସ ମୁକ୍ତ କରିଥିବା ୧୩ ଇସ୍ରାଏଲ ନାଗରିକଙ୍କ ମେଡିକାଲ ଟେଷ୍ଟ କରାଯାଇଛି । ସ୍ନାଇଡର୍ ଶିଶୁ ଚିକିତ୍ସା କେନ୍ଦ୍ର ଏକ ବିବୃତ୍ତିରେ କହିଛି ଯେ, ଶୁକ୍ରବାର ରାତିରେ ଇସ୍ରାଏଲକୁ ଫେରିଥିବା ୪ ଶିଶୁ ଏବଂ ୪ ଜଣ ମହିଳାଙ୍କ ଅବସ୍ଥା ଭଲ ଅଛି। ଏଥିସହ ତେଲ ଅଭିବର ଅନ୍ୟ ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ପାଞ୍ଚ ଜଣଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Get real time updates directly on you device, subscribe now.