fbpx

BIG BREAKING: କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ୪ ମୃତ ସାଙ୍ଗକୁ ଏକାଧିକ ଗୁରୁତର

ବାଙ୍ଗାଲୁର: ସଙ୍ଗୀତ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଦଳାଚକଟା। କେରଳରେ ଥିବା କୋଚି ବିଶ୍ୱବିଦ୍ୟାଳୟ(CUSAT) ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଫଳରେ ଏଥିରେ ୪ଜଣ ମୃତ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବର୍ତ୍ତମାନ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (CUSAT) ରେ ଏକ କନ୍ସର୍ଟରେ କଣ୍ଠଶିଳ୍ପୀ ନିକିତା ଗାନ୍ଧୀ ସଙ୍ଗୀତ ପରିବେଷଣ କରୁଥିଲେ। ଏହି ସମୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନେ ନାଚଗୀତର ମାହୋଲ ଭିତରେ ଥିଲେ। ଭିଡ଼ ନିୟନ୍ତ୍ରଣ ବାହାରେ ଥିବା ବେଳେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତ ୪ ଜଣଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଥିବା ନେଇ ସୂଚନା ମିଳିଛି । ସେପଟେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆହତ ଛାତ୍ରମାନଙ୍କୁ କାଲାମାସେରି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ରହିଛି।

ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ ବର୍ଷା ଆରମ୍ଭ ସମୟରେ ଏହି ଦଳାଚକଟା ହୋଇଥିଲା। ଗତକାଲି ଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି ଉତ୍ସବର ଏକ ଅଂଶ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତେବେ ଏହି କ୍ରମରେ ଆଜି ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଡୋଶୀ ମହାବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୁର୍ଭାଗ୍ୟବଶତଃ, ଭିଡ଼ ବହୁତ ଥିଲା। ମଞ୍ଚ ଆଡକୁ ୨,୦୦୦ ରୁ ଅଧିକ ଲୋକ ଦୌଡ଼ି ଆସିଥିଲେ ଏବଂ ପାହାଚରେ ଏକ ଭିଡ଼ ହୋଇଯାଇଥିଲା।

Get real time updates directly on you device, subscribe now.