fbpx

RBI ନେଲା ବଡ଼ ଆକ୍ସନ: Bank Of Baroda ସମେତ ୩ ବ୍ୟାଙ୍କ ଉପରେ ୧୦ କୋଟି ଜରିମାନା

ନୂଆଦିଲ୍ଲୀ: ଦେଶର ସମସ୍ତ ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଭିତରୁ କୌଣସି ନିୟମକୁ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟାଙ୍କ ଉପରେ ଆରବିଆଇ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ । ଏହି ପ୍ରକ୍ରିୟାରେ ଶୁକ୍ରବାର ବିଭିନ୍ନ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଛି ରିଜର୍ଭ ବ୍ୟାଙ୍କ । ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ନେଇ ବ୍ୟାଙ୍କ ଅଫ୍ ବରୋଦା ସହିତ ଅନ୍ୟ ୩ ଟି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଆକ୍ସନ ନେଇଛି । ବ୍ୟାଙ୍କ ଅଫ୍ ବରୋଦା ବ୍ୟତୀତ ସିଟି ବ୍ୟାଙ୍କ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏହି ତାଲିକାରେ ସରମିଲ ରହିଛନ୍ତି । ଏହି ବ୍ୟାଙ୍କ ଗୁଡ଼ିକ ଉପରେ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ଜରିମାନା ଲାଗୁ ହୋଇଛି ।

ବର୍ତ୍ତମାନ ଦେଶରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ଖୁବ ବିଶ୍ୱସ୍ତ ହୋଇପାରିଛି । ତେବେ SBI ପରେ ବ୍ୟାଙ୍କ ଅଫ ବରୋଦାରେ ଦେଶର ଅଧିକାଂଶ ଗ୍ରାହକଙ୍କ ଆକାଉଣ୍ଟ ରହିଛି । ତେବେ ବର୍ତ୍ତମାନ ଏହି ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରିଜର୍ଭ ବ୍ୟାଙ୍କ । ଋଣକୁ ନେଇ ‘ସେଣ୍ଟ୍ରାଲ ରିପୋଜିଟରୀ’ର ଗଠନ ଏବଂ ଅନ୍ୟ ମାମଲାକୁ ନେଇ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ନିୟମର ଉଲ୍ଲଙ୍ଘନ କରିଥିବା ଯୋଗୁଁ ବ୍ୟାଙ୍କ ଅଫ୍ ବରୋଦା ଉପରେ ୪.୩୪ କୋଟି ଟଙ୍କା ଜରିମାନା ଲାଗୁ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

ରିପୋର୍ଟ ଅନୁସାରେ, ଜମାକାରୀ ଶିକ୍ଷା ଏବଂ ସଚେତନ ନିଧି ଯୋଜନା ସମ୍ବନ୍ଧୀୟ ମାନଦଣ୍ଡକୁ ଅବମାନନା କରିଛନ୍ତି ୩ଟି ବ୍ୟାଙ୍କ । ଆର୍ଥିକ ସେବାର ଆଉଟସୋର୍ସିଙ୍ଗ ଉପରେ ଆଚରଣ ବିଧି ପାଳନ ନ କରିବାରୁ ସିଟି ବ୍ୟାଙ୍କ NA ଉପରେ ସର୍ବାଧିକ ୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେହିପରି ଚେନ୍ନାଇସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି ରିଜର୍ଭ ବ୍ୟାଙ୍କ । ଋଣ ସମ୍ବନ୍ଧୀୟ ନିର୍ଦ୍ଦେଶର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲାଗୁ ହୋଇଛି ।

Get real time updates directly on you device, subscribe now.