fbpx

BJDରେ ସାମିଲ ହେଲେ ଭି.କେ. ପାଣ୍ଡିଆନ୍: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ୫ଟି ସଚିବ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳରେ ଯୋଗେ ଦେଇଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବେ ବିଜୁ ଜନତା ଦଳର ନୂଆ ଚେହେରା ଭାବରେ ପାଇଛନ୍ତି ପରିଚୟ । ପ୍ରଶାସକରୁ ରାଜନେତା ଭାବରେ ମିଳିଛି ଆଉ ଏକ ଗୁରୁଦାୟିତ୍ୱ ।

ଫାଇଭ-ଟି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ସମ୍ପାଦନ କରୁଥିବା ଶ୍ରୀ ଭି,କେ ପାଣ୍ଡିଆନ୍ ବର୍ତ୍ତମାନ ରାଜ୍ୟ ବିଜେଡିରେ ରାଜନେତା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ କେବଳ ପ୍ରଶାସକର ପଦବୀରେ ରହିଥିଲେ, କିନ୍ତୁ ଆଜିଠାରୁ ରାଜନେତା ଭାବରେ ଗୁରୁଦାୟିତ୍ୱ ସେ କାନ୍ଧକୁ ନେଇଛନ୍ତି । ପୂର୍ବରୁ ସେ ସ୍ୱେଚ୍ଛାକୃତ ଭାବରେ ଅବସର ଘୋଷଣା କରିଥିଲେ । ଗତ ଅକ୍ଟୋବର ୨୦ ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିବା ବେଳେ ୨୩ ତାରିଖରେ ଏହି ଆବେଦନକୁ ଅନୁମତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର । ବର୍ତ୍ତମାନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।

Get real time updates directly on you device, subscribe now.