fbpx

ପ୍ରତିଦିନ ୩୦ ମିନିଟ ଜଗିଂ ପକାଇଥାଏ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏପରି ପ୍ରଭାବ: ଦୂର ହୋଇଥାଏ ଏହି ସମସ୍ୟା

ସୁସ୍ଥ ରହିବା ପାଇଁ ଆମକୁ ସକାଳେ ବିଭିନ୍ନ ବ୍ୟାୟାମ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେବେ ଏଥିରେ ସେମାନେ ଜଗିଂକୁ ମଧ୍ୟ ଯୋଗ କରିଥାନ୍ତି । ଏଥିରେ ଆପଣଙ୍କୁ ଧୀର ଗତିରେ ଚାଲିବାକୁ ପଡ଼ିଥାଏ । ତେବେ ଜଗିଂ ବିଭିନ୍ନ ପ୍ରକାର ଶାରିରୀକ ଅସୁସ୍ଥତା ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ହୃଦ୍‌ରୋଗ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ପ୍ରତିଦିନ ଅଧଘଣ୍ଟା ଜଗିଂ କରିବା ଦ୍ୱାରା ଅନେକ ପ୍ରକାର ଫାଇଦା ହୋଇଥାଏ ।

ହୃଦ୍‌ରୋଗ ପାଇଁ ଲାଭଦାୟକ- ଯଦି ଆପଣ ନିୟମିତ ଜଗିଂ କରନ୍ତି ତେବେ ହାର୍ଟ ଏବଂ ଫୁସଫୁସର ସ୍ୱାସ୍ଥ୍ୟ ଠିକ ରହିଥାଏ । ଜଗିଂ କରିବା ଦ୍ୱାରା ହୃଦସ୍ପନ୍ଦନ ଠିକ ରହିବା ସହିତ ରକ୍ତସଂଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ । ଏହା ହାର୍ଟର ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ ।

ଓଜନ କମ- ଆଜିକାଲି ଅନେକ ଲୋକ, ବିଶେଷ କରି ଯୁବପିଢ଼ି ମୋଟାପଣର ଶିକାର ହେଉଛନ୍ତି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜଗିଂ ଏକ ଭଲ ଉପାୟ । ଶରୀରରେ କ୍ୟାଲୋରୀ କମ କରି ଉପଯୁକ୍ତ ଓଜନ ବଜାୟ ରଖିବା ପାଇଁ ଜଗିଂ ଏକ ଭଲ ଉପାୟ । ଦୈନିକ ୩୦ ମିନିଟ ପାଇଁ ମଧ୍ୟମ ଗତିରେ ଚାଲିବା ଶରୀରର ଓଜନ କମ କରିବା ପାଇଁ ବେଶ ଫଳପ୍ରଦ ।

ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି- ଜଗିଂ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବେଶ ଭଲ ପ୍ରଭାବ ପକାଇଥାଏ । ଏହା ଚାପ, ଚିନ୍ତା ଏବଂ ଉଦାସୀନତାର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ ଏଣ୍ଡୋରଫିନର ମାତ୍ରା ବଢ଼ାଇଥାଏ ଯାହାକୁ ‘ଫୀଲ ଗୁଡ଼’ ହରମୋନ ମଧ୍ୟ କୁହାଯାଏ । ଏହା ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ନିୟମିତ ଜଗିଂ କରିବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହା ଆଣ୍ଟି-ବଡି ଏବଂ ଶ୍ୱେତ ରକ୍ତ କଣିକାର ଉତ୍ପାଦନରେ ଉନ୍ନତି ଆଣେ । ଏହା ଅନେକ ପ୍ରକାରର ସଂକ୍ରମଣ ହେବାରୁ ରୋକିଥାଏ । ଏଭଳି ପରିସ୍ଥିତିରେ ଫ୍ଲୁ, ଥଣ୍ଡା, କାଶ ଏବଂ ଥଣ୍ଡା ହେବାର ଆଶଙ୍କା କମ ହୋଇଥାଏ ।

Get real time updates directly on you device, subscribe now.