fbpx

ଗ୍ରାମବାସୀଙ୍କ ଲାଗି ମଇଁଷି କ୍ଷୀର ସୃଷ୍ଟି କରିଛି ଅଜବ ସମସ୍ୟା, ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କୁ ଦେଉଛନ୍ତି ଟୀକା

କଚ୍ଛ:ଏବେ ସାରା ଦେଶରେ ବୁଲା କୁକୁରଙ୍କ ଆତଙ୍କ ବଢିବାରେ ଲାଗିଛି । ରାସ୍ତାରେ ଯାଉଥିବା ପିଲାଙ୍କ ଠାରୁ ଆରମ୍ଭ କରି ପୋଷାଜୀବଙ୍କ ପର୍ଯ୍ୟନ୍ତ କେହି ଏବେ ସୁରକ୍ଷିତ ନୁହଁନ୍ତି । ଗୁଜରାଟ କଚ୍ଛରେ କୁକୁର ସହ ଜଡିତ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣ ପୂର୍ବରୁ କେବେ ବି ଶୁଣି ନ ଥିବେ ।

ପାୱରପଟ୍ଟୀ ପ୍ରଖଣ୍ଡର ସୁମରାସର ଗ୍ରାମରେ ଗୋଟିଏ କୁକୁର ଏକ ମଇଁଷି ଶାବକକୁ କାମୁଡି ଦେଇଥିଲା । କିନ୍ତୁ ଏହା କାହାକୁ ବି ଜଣା ନ ଥିଲା । ଏହାପରେ ସେହି ମଇଁଷି ଶାବକ ତା’ ମା’ ଠାରୁ କ୍ଷୀର ପିଇଥିଲା । ମଇଁଷି ମାଲିକ ସେହି ମଇଁଷିର କ୍ଷୀର ସାରା ଗାଁ ବାଲାଙ୍କୁ ଦେଇଥିଲା । ଯେତେବେଳେ ଗାଁବାଲାଙ୍କୁ ଜଣାପଡିଥିଲା କି ଯେଉଁ ମଇଁଷିର କ୍ଷୀର ସେମାନେ ପିଇଛନ୍ତି ତାକୁ କୁକୁର କାମୁଡିଥିଲା ସେତେବେଳେ ସାରା ଗାଁରେ ଚହଳ ସୃଷ୍ଟି ହୋଇଯାଇଥିଲା ।

ମାମଲାର ଗମ୍ଭୀରତାକୁ ଲକ୍ଷ୍ୟ କରି ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ଗାଁକୁ ଡକାଯାଇଥିଲା । ଏହାପରେ ସ୍ଥିର ହୋଇଥିଲା କି ଯେଉଁମାନେ ସେହି ମଇଁଷିର କ୍ଷୀର ପିଇଛନ୍ତି ସେମାନଙ୍କୁ ଆଣ୍ଟି ରାବିଜ୍ ଇଞ୍ଜେକସନ୍ ଦିଆଯିବ । ଗାଁର ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଡକାଯାଇ ଏହି ଟୀକା ଦିଆଯାଇଥିଲା । ଏ ପର୍ଯ୍ୟନ୍ତ ୧୨୯ ଜଣଙ୍କୁ ଟୀକା ଦିଆସରିଲାଣି ।

Get real time updates directly on you device, subscribe now.