fbpx

ବିଦେଶ ବୁଲିବାକୁ ଚାହୁଁଛନ୍ତି କି? ତାହେଲେ ଜାଣନ୍ତୁ କେଉଁ ସବୁ ଦେଶକୁ ଆପଣ ବିନା ଭିସାରେ ଯାଇ ପାରିବେ

ଓଡିଶା ଭାସ୍କର: ଯେତେବେଳେ ବି ଆପଣ ବିଦେଶ ଯାଆନ୍ତି, ସେତେବେଳେ ଭିସା ଓ ପାସପୋର୍ଟ (ଠସଗ୍ଦବ ଇଦ୍ଭୟ ଚବଗ୍ଦଗ୍ଦକ୍ଟ୍ରକ୍ଟକ୍ସଗ୍ଧ) ସର୍ବଦା ଆବଶ୍ୟକତା ଥାଏ । ଆପଣ ଅନ୍ୟ ଦେଶକୁ ଯେଉଁ କାରଣ ପାଇଁ ଯାଆନ୍ତୁ ନା କାହିଁକି, ଭିସା-ପାସପୋର୍ଟ ବିନା ସେଠାକୁ ପ୍ରବେଶ ନିଷିଦ୍ଧ ଥାଏ। ହେଲେ ନିଜ ଦେଶରେ ଭ୍ରମଣ କରିବା ସମୟରେ ସେଗୁଡ଼ିକର ଆବଶ୍ୟକତା ନଥାଏ। ତେବେ ଏଭଳି କିଛି ଦେଶ ରହିଛି ଯେଉଁମାନେ ନିର୍ଦ୍ଦିଷ୍ଟ କିଛି ଦେଶ ପାଇଁ ଭିସା ଛାଡ଼ କରିଛନ୍ତି। ଫଳରେ ସେହି ଦେଶର ଘୋଷଣା ମୁତାବକ ଆପଣ ତାଙ୍କ ଦେଶକୁ ବିନା ଭିସାରେ ପ୍ରବେଶ କରିପାରିବେ। ତେବେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ଦେଶଗୁଡିକ ଭାରତୀୟମାନଙ୍କୁ ବିନା ଭିସାରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

୧. ବାରବାଡୋସ୍
୨. ଭୁଟାନ୍
୩. ଡୋମିନିକାନ୍ ରିପବ୍ଲିକ୍
୪. ଫିଜି
୫. ହାଇତି
୬. ହଂକଂ ଝଇଜ
୭. କାଜାଖସ୍ତାନ
୮. ମାଲଦ୍ୱୀପ
୯. ନେପାଳ
୧୦. ନିୟୁ ଦ୍ୱୀପ
୧୧. କାତାର
୧୨. ସାଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ
୧୩. ସେନେଗାଲ୍
୧୪. ଶ୍ରୀଲଙ୍କା
୧୫. ସେଣ୍ଟ ଲୁସିଆ
୧୬. କୁକ୍ ଦ୍ୱୀପପୁଞ୍ଜ

ସୂଚନା ଯୋଗ୍ୟ, ଏହି ତାଲିକାରେ ଏବେ ନୂଆକରି ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଦେଶ ଯୋଡି ହୋଇଛି। ଯେଉଁମାନେ ଭାରତୀୟ ମାନଙ୍କ ପାଇଁ ଭିସା ମୁକ୍ତ ସୁବିଧା ଘୋଷଣା କରିଛନ୍ତି। ପୂର୍ବରୁ ଭାରତୀୟଙ୍କ ପାଇଁ ଥାଇଲ୍ୟାଣ୍ଡ ଭିସା ମୁକ୍ତ କରିଥିବା ବେଳେ ଆଜି ମାଲେସିଆ ବି ଭିସା ମୁକ୍ତ କରିଛି। ଆସନ୍ତା ଡିସେମ୍ବର ୧ରୁ ଡିସେମ୍ବର ୩୧ ତାରିଖ ଅର୍ଥାତ ଗୋଟାଏ ମାସ ପର୍ୟ୍ୟନ୍ତ ଭିସା ଛାଡ଼ କରିଛି ମାଲେସିଆ। ଏନେଇ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଘୋଷଣା କରିଛନ୍ତି। ରବିବାର ତାଙ୍କ ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ ୩୦ ଦିନ ପର୍ୟ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ।

Get real time updates directly on you device, subscribe now.