fbpx

ଶୀତ ଦିନ ପାଇଁ ବେଶ୍ ଉପକାରୀ ମେଥି: ଜାଣନ୍ତୁ ଶରୀରରେ କେଉଁ ଶକ୍ତି ବଢାଏ ଏହି ଶାଗ

ମେଥି ଶାଗ ପୋଷକ ତତ୍ତ୍ୱରେ ଭରି ହୋଇ ରହିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୀତଦିନେ ଦେଖା ଦେଉଥିବା ନାନା ରୋଗରୁ ମୁକ୍ତି ପାଇବା ପାଇଁ ଡାଏଟରେ ମେଥି ଶାଗ ସାମିଲ୍ କରିବା ଜରୁରୀ । ବିଶେଷକରି ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ବଜାରରେ ମିଳିଥାଏ । ଯାହା ପୋଷକ ତତ୍ତ୍ୱରେ ଭରା ହୋଇତାଏ । ତେବେ ବଜାରରେ ମିଳୁଥିବା ଏହି ଶାଗକୁ ନେଇ ଘରେ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ । ଶୀତଦିନେ ମେଥି ଶାଗ ମଧ୍ୟ ବଜାରରେ ଖୁବ ସହଜରେ ମିଳିଯାଇଥାଏ । ଅନ୍ୟ ଦିନମାନଙ୍କ ଅପେକ୍ଷା ଶୀତଦିନେ ଅଧିକ ମିଳିଥାଏ ମେଥି ଶାଗ । ଅଧିକାଂଶ ଲୋକ ମେଥି ଶାଗରେ ମେଥି ପରାଟା ଓ ମେଥି-ଆଳୁ ଭଜା କରି ଖାଇବା ପାଇଁ ବେଶ୍ ପସନ୍ଦ କରିଥାନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର ମଧ୍ୟ ହୋଇତାଏ । ତେେ ମେଥି ଖାଇବା ଦ୍ୱାରା କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା:

  • ରକ୍ତରେ ଶର୍କରା ସ୍ତର ସାମାନ୍ୟ ହେବା ସହ ଓଜନ କମିଥାଏ: ମେଥି ଶାଗ ମଧୁମେହ ରୋଗୀଙ୍କ ପାଇଁ ବରଦାନଠାରୁ କମ୍ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଓଜନ କମାଇବାରେ ମଧ୍ୟ ଏହାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହାକୁ ଡାଏଟରେ ସାମିଲ୍ କରିବା ଦ୍ୱାରା ଶରୀରରେ ମେଟାବଲିଜିମ୍ ବଢିଥାଏ । ଫଳରେ ଓଜନ ହ୍ରାସ ପାଇଥାଏ ।
  • ପାଚନ ତନ୍ତ୍ର ସୁସ୍ଥ ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼େ: ପରିବର୍ତ୍ତିତ ପାଣିପାଗ ସହ ପାଚନ ତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ୍ । ତେଣୁ ଶୀତଦିନେ ସବୁଜ ମେଥି ଶାଗ ବଦହଜମୀ ଓ ପ୍ରଦାହ ପରି ସମସ୍ୟାକୁ କମ୍ କରିଥାଏ । ଏହାକୁ ଡାଏଟରେ ସାମିଲ୍ କରିବା ଦ୍ୱାରା ମଳତ୍ୟାଗ ସମୟରେ ସମସ୍ୟା ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଆସି ନଥାଏ । ସେହିପରି ମେଥି ଶାଗରେ ଥିବା ଭିଟାମିନ୍ସ ଓ ମିରୋରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଫଳରେ ଥଣ୍ଡା,କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ ।
  •  ହାଡ଼ ମଜଭୁତ କରେ: ମେଥି ଶାଗରେ ଭରପୂର କ୍ୟାଲସିୟମ୍ ଓ ମ୍ୟଗ୍ନେସିୟମ୍ ରହିଥାଏ, ଯାହା ହାଡ଼ର ସୁସ୍ଥତାକୁ ବଜାଇ ରଖିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.