fbpx

ନିଜ ମନ୍ତ୍ରୀଙ୍କୁ ମୋଦି ଦେଲେ ମନ୍ତ୍ର, କହିଲେ ଏପରି କଲେ ଯାଇ ଜିତିପାରିବ ଜନତାଙ୍କ ହୃଦୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହିତ ୫ ଗୋଟି ରାଜ୍ୟର ନିର୍ବାଚନ ଏବେ ସମାପ୍ତ ହେବାକୁ ଯାଉଛି ଓ ଡିସେମ୍ବର ୩ ରେ ଏହି ସମସ୍ତ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣ ନିର୍ବାଚନ ଲାଗି ତାଙ୍କ ସରକାରର ସବୁ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । ଗତ ମଙ୍ଗଳବରେ ସେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ କହିଛନ୍ତି ପୁରା ଦେଶ ଗସ୍ତ କର ଓ ଲୋକଙ୍କୁ ଯାଇ କୁହ କି ସରକାର ସେମାନଙ୍କ କଲ୍ୟାଣ ଲାଗି କ’ଣ କ’ଣ ଯୋଜନା କରିଛନ୍ତି ।

ଏହା ବ୍ୟତିତ ଯୋଜନାର ଲାଭ କିପରି ଉପଯୁକ୍ତ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ମଧ୍ୟ ସବୁ ପ୍ରକାର ପ୍ରୟାସ କରନ୍ତୁ । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ କୁହ କି ଦେଶରେ ଏହିସବୁ ଯୋଜନାର କିଏ ପରିଚାଳନା କରୁଛନ୍ତି । ମୋଦୀ ଏଇଥିପାଇଁ ଏହା କହିଛନ୍ତି ଯେହେତୁ ରାଜ୍ୟ ସରକାର ବହୁ ସମୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ନିଜର କହି ବାହାବା ନେଉଛନ୍ତି । ତେଣୁ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରିବା ଲାଗି ଜନତାଙ୍କ ପାଖକୁ ଯିବାକୁ ସେ ସମସ୍ତ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଭାଗ ନେବା ପାଇଁ ମଧ୍ୟ ସେ ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି ।

ମୋଦୀ କହିଛନ୍ତି ଆପଣମାନେ ଜନତାଙ୍କ କାର୍ଯ୍ୟକ୍ରମକୁ ଭିଆପିଙ୍କ ପରି ଯାଆନ୍ତୁ ନାହିଁ ବରଂ ସଂଯୋଜକ ରୂପରେ ଭାଗ ନିଅନ୍ତୁ । ତାହାହେଲେ ଯାଇ ଆମର ସମସ୍ତ ଆୟୋଜନ ସଫଳ ହେବ । ଗ୍ରାମୀଣ ଅଞ୍ଚଳରେ ଯାତ୍ରା ପରେ ଏବେ ମୋଦୀ ସହରାଞ୍ଚଳରେ ଏହି ସଂକଳ୍ପ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚିିବ ତାହା ଦେଖିବାକୁ ସେ ସମସ୍ତ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସେ ସବୁଠାରୁ ଅଧିକ ଗୁରୁତ୍ୱ ଆୟୁଷ୍ମାନ ଭାରତ ଯୋଜନାକୁ ଦେଇଛନ୍ତି । ଏହା ଏକ ସ୍ୱାସ୍ଥ୍ୟବୀମା ଯୋଜନା ଯାହାର ସଞ୍ଚାଳନ କେନ୍ଦ୍ର ସରକାର କରୁଛନ୍ତି ।

Get real time updates directly on you device, subscribe now.