୩୦୦ ବର୍ଷ ପରେ ଡିସେମ୍ବର ଶେଷରେ ସୃଷ୍ଟି ହେଉଛି ଏହି ରାଜଯୋଗ ଯେଉଁ କାରଣଣୁ ଏହି ରାଶିର ଲୋକଙ୍କ ବ୍ୟାଙ୍କ ବାଲାନ୍ସ ବହୁମାତ୍ରାରେ ବୃଦ୍ଧି ପାଇବ । ଯେତେବେଳେ ବି କୌଣସି ଗ୍ରହର ରାଶି ପରିବର୍ତ୍ତନ ହୋଇଥାଏ ସେତେବେଳେ କୌଣସି ନା କୌଣସି ଯୋଗ ବା ରାଜଯୋଗ ସୃଷ୍ଟି ହୋଇଥାଏ । ଦେଶ ଦୁନିଆ ଓ ମାନବ ଜୀବନ ଉପରେ ଏହି ରାଜଯୋଗର ଗଭୀର ପ୍ରଭାବ ପଡିଥାଏ ।
୩୦୦ ବର୍ଷ ପରେ ସୃଷ୍ଟି ହେଉଥିବା ଏହି ରାଜଯୋଗ ହେଉଛି ଶଶ,ରୁଚକ,ମାଲବ୍ୟ । ଏହାର ପ୍ରଭାବ ନୂଆବର୍ଷ ୨୦୨୪ ଉପରେ ବି ପଡିବ । ଏହି ରାଜଯୋଗର ପ୍ରଭାବ ସବୁ ରାଶି ଉପରେ ପଡୁଥିବା ବେଳେ ନିର୍ଦ୍ଧିଷ୍ଟ କେତେକ ରାଶି ଏହି ରାଜଯୋଗ ପ୍ରଭାବରେ ମାଲାମାଲ ହେବେ ।
ମେଷ: ଏହି ରାଶିର ଲୋକଙ୍କ ପାଇଁ ରାଜଯୋଗ ବିଶେଷ ଫଳଦାୟୀ ହେବ । କ୍ୟାରିୟର ଓ ବ୍ୟବସାୟରେ ବିଶେଷ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଭାଗ୍ୟ ପୁରା ଆପଣଙ୍କ ସାଥିରେ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ ଲାଗି ସମୟ ବହୁତ ଶୁଭ ରହିବ । ଅଚାନକ କୌଣସି ସୂତ୍ରରୁ ଧନ ଲାଭ ହେବ ।
ଧନୁ:ଏହି ରାଶିର ଲୋକମାନେ ଚାକିରିର ସନ୍ଧାନରେ ଥିଲେ ଭଲ ଚାକିରି ପାଇଯିବେ । ଆର୍ଥିକ କାର୍ଯ୍ୟ ଲାଗି ବିଦେଶ ଯାତ୍ରା କରିବାର ଯୋଗ ବି ରହିଛି । ଜୀବନସାଥୀଙ୍କ ସହ ସଂପର୍କରେ ସୁଧାର ଆସିବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।
ମକର:ଏହି ରାଶିର ଲୋକମାନେ କାରବାରରେ ସାବଧାନତା ଅବଲମ୍ବନ କରିବା ଉଚିତ ଅନ୍ୟଥା କ୍ଷତିର ସାମ୍ନା କରିପାରନ୍ତି । ଆକସ୍ମିକ ଧନଲାଭର ଯୋଗ ରହିଛି । ଯେଉଁମାନଙ୍କ ପଇସା ବହୁବର୍ଷ ଧରି ନିବେଶରେ ଫସି ରହିଛି ସେମାନଙ୍କ ଲାଗି ଏହା ବହୁତ ଭଲ ସମୟ ହେବ ।