fbpx

ଆଧାର କାର୍ଡକୁ ନେଇ ଆସିଲା ବଡ ସୂଚନା,ଏହି ତାରିଖ ପୂର୍ବରୁ କରନ୍ତୁ ଅପଡେଟ୍ ଅନ୍ୟଥା ଭରିବାକୁ ପଡିବ ଫି’

ନୂଆଦିଲ୍ଲୀ: ଆପଣଙ୍କ ଲାଗି ଆସିଲା ଏକ ଜରୁରୀ ଖବର । UIDAI ପକ୍ଷରୁ ଆଧାର କାର୍ଡକୁ ନେଇ ଏକ ବହୁତ ଜରୁରୀ ସୂଚନା ପ୍ରକାଶ ପାଇଛି । ଯଦି ଆପଣ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ କରିଛନ୍ତି ତେବେ ଆପଣଙ୍କ ଲାଗି ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । UIDAI ଅନୁସାରେ ଯେଉଁମାନଙ୍କ ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଗଲାଣି ସେମାନେ ଏହାକୁ ଅପଡେଟ୍ କରିନେବା ଅନିବାର୍ଯ୍ୟ । ଏଥିପାଇଁ UIDAI ୧୪ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି ।

୧୪ ଡିସେମ୍ବର ପର୍ଯ୍ୟନ୍ତ UIDAI ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବ । ଏହାପରେ ଆଧାର କାର୍ଡ ଅପଡେଟ୍ କଲେ ଆପଣଙ୍କୁ ଏହାର ଚାର୍ଜ ଦେବାକୁ ପଡିବ । ଏହି ଧାର୍ଯ୍ୟ ତାରିଖ ପରେ ଆଧାର ଅପଡେଟ୍ କଲେ ଆପଣଙ୍କୁ ୫୦ଟଙ୍କା ଫି’ ଦେବାକୁ ପଡିବ । ଏଣୁ ଆପଣ ଯଦି ଏକ୍ସଟ୍ରା ଚାର୍ଜ ଦେବାକୁ ଚାହୁଁନାହାନ୍ତି ତେବେ ତୁରନ୍ତ ଏହାକୁ ଅପଡେଟ୍ କରିଦିଅନ୍ତୁ ।

ଏଥିପାଇଁ ଆପଣ ଆଧାର ସେଣ୍ଟର ଯାଇ କିମ୍ବା ନିଜେ ଅନଲାଇନ୍‌ରେ ଆଧାର ଅପଡେଟ୍ କରିପାରିବେ । ଏଥିପାଇଁ ଗ୍ରାହକକୁ ନିଜର ଡେମୋଗ୍ରାଫିକ୍ ଡାଟା, ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର ଆଦି ଜରୁରୀ ସୂଚନା ଦେବାକୁ ହେବ । ତେବେ ଆପଣ ଘରେ ବସି ଅନଲାଇନ୍‌ରେ ସମସ୍ତ ଡାଟା ତ ଦେଇପାରିବେ କିନ୍ତୁ ଏପରି କିଛି ଆବଶ୍ୟକତା ରହିଛି (ଯେପରିକି Iris କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍ କରିବା) ଯେଉଁଥିପାଇଁ ଆପଣଙ୍କୁ ଆଧାର ସେଣ୍ଟର ଯିବାକୁ ପଡିବ ।

Get real time updates directly on you device, subscribe now.