fbpx

ନବରଙ୍ଗପୁରରେ ଡବଲ ମର୍ଡର, ୨ ବର୍ଷର ଶିଶୁପୁତ୍ର ସହ ପଡୋଶୀଙ୍କୁ ହତ୍ୟା

ଭୁୁବନେଶ୍ୱର: ନବରଙ୍ଗପୁରରେ ଆଜି ଏକ ଅତ୍ୟନ୍ତ ବୀଭତ୍ସ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି । ମୈଦଲପୁର ଥାନା ଗୁଜମାପଦର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରୀ ଭୁସି ହତ୍ୟା କରିଛି ବାପା । ଏହା ସହ ନିଜ ପଡୋଶୀଙ୍କୁ ମଧ୍ୟ ଛୁରି ଭୁସି ହତ୍ୟା କରିଛି ।

ବ୍ୟକ୍ତି ନିଜର ଶିଶୁପୁତ୍ରକୁ ଛୁରୀ ଭୁସିବା ସମୟରେ ପଡୋଶୀ ଘରର ଜଣେ ବୃଦ୍ଧା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେ ଅତି ନିର୍ମମ ଭାବରେ ହତ୍ୟା କରିଛି । ଘଟଣା ପରେ ଗାଁ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଦେଇଛନ୍ତି । କିନ୍ତୁ ଏହି ହତ୍ୟାକାଣ୍ଡ ପଛର କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.