fbpx

(video)ପାକିସ୍ତାନରେ ଶ୍ରୀକୃଷ୍ଣ ମନ୍ଦିର ଏବେ ପାଲଟିଛି ମଦ୍ରାସା, ଐତିହ୍ୟ ପ୍ରତି ବିପଦ ବଢୁଥିବା ନେଇ ଗଭୀର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଅଧିକୃତ ପଞ୍ଜାବର ସାଦିକ୍ୱାବାଦ ଅହମଦପୁର ଲୁମା ସହରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିରକୁ ମଦ୍ରାସା ଓ ମସଜିଦ୍‌ରେ ପରିଣତ କରିବାକୁ ନେଇ ଭିଡିଓରେ ଚିନ୍ତା ପ୍ରକଟ କରାଯାଇଛି । ଭିଡିଓରେ ମନ୍ଦିର ପରିସରର ଚିତ୍ର ପ୍ରତିଫଳିତ ହେଉଛି । ଭିଡିଓରେ ମନ୍ଦିରର ପୁରୋଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମୂର୍ତ୍ତି ନଜର ଆସୁଛି ଯାହାକୁ ଏବେ ଅସ୍ପଷ୍ଟ କରିଦିଆଯାଇଛି । ଏହା ସୂଚନା ଦେଉଛି କି ହିନ୍ଦୁମାନଙ୍କର ଏହି ଆରାଧନା ସ୍ଥଳକୁ ଏବେ ଇସଲାମିକ୍ ଶିକ୍ଷା କେନ୍ଦ୍ର ଭାବରେ ପରିଣତ କରିଦିଆଯାଇଛି ।

ଭଗବାନ ଶ୍ରୀକୃଷ୍ଣଙ୍କର ମନ୍ଦିର ଦୀର୍ଘ ବର୍ଷ ଧରି ଏହି ସହରରେ ରହିଆସିଛି ଓ ଏହାର ଐତିହାସିକ ମହତ୍ତ୍ୱ ବି ରହିଛି । ଭଗବାନ ଶ୍ରୀକୃଷ୍ଣ ବେଶ୍ ସୁନ୍ଦର ଭଙ୍ଗୀରେ ଦୁଇଟି ଗାଈ ସହ ବଂଶୀବାଦନ କରୁଥିବାର ନଜର ଆସୁଛନ୍ତି । ଶ୍ରୀକୃଷ୍ଣଙ୍କ ଏହି ମୂର୍ତ୍ତି ମହାନ୍ ଭାରତୀୟ ସାଂସ୍କୃତିକ ଐତିହ୍ୟ ଓ ଧାର୍ମିକ ବିବିଧତାର ପ୍ରତୀକ ଅଟେ । କିନ୍ତୁ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ମଦ୍ରାସା ରୂପରେ ପରିବର୍ତ୍ତନକୁ ନେଇ ଏବେ ସର୍ବତ୍ର ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଛି ।

ଭିଡିଓ ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାରକୁ ବନ୍ଦ କରି ଦିଆଯାଇଛି ଯାହା ଦର୍ଶାଉଛି ଯେ ମନ୍ଦିରକୁ ମଦ୍ରାସାରେ ପରିବର୍ତ୍ତନ କରି ଦିଆଯିବ । ମଦ୍ରାସା ସହ ସଂପୃକ୍ତ ଜଣେ କ୍ୱାଦ୍ରିଙ୍କ ନେତୃତ୍ୱରେ ଏହି ପରିବର୍ତ୍ତିତ ସ୍ଥାନ ପରିଦର୍ଶନ କରାଯାଇଛି । ଏହି କ୍ୱାଦ୍ରି କହିଛନ୍ତି ଏହି ସ୍ଥାନ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିଲା ଯେଉଁଠାରେ ପୂଜା ଆରାଧନା କରାଯାଉଥିଲା । କିନ୍ତୁ ପ୍ରାୟ ୫୦ ବର୍ଷ ହେବ ଏହି ମନ୍ଦିର ଏକ ମଦ୍ରାସାରେ ପରିବର୍ତ୍ତିତ ହୋଇସାରିଛି ଓ ଏହା ମଧ୍ୟରେ ପିଲାମାନେ କୋରାନ୍ ପଢୁଛନ୍ତି ।

Get real time updates directly on you device, subscribe now.