fbpx

COP 28: ‘ପ୍ରଥମ ଧାଡିରେ ତ ମୋଦୀ, ଆମର କୁଆଡେ ଗଲେ’, ନିଜ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନବାସୀ କଲେ ଏପରି ପରିହାସ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀ (ସିଓପି ୨୮) ଦୁବାଇରେ ଚାଲୁଅଛି । ୟୁଏଇ ଏଥର ସିଓପି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସମ୍ମିଳନୀରେ ଭାଗ ନେଇଛନ୍ତି । ସେହିପରି ପାକିସ୍ତାନର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଅନୱାରୁଲ୍ ହକ୍ ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବା ଲାଗି ପହଞ୍ଚିଥିଲେ । ଏହି କ୍ରମରେ ଏବେ ବିଶ୍ୱନେତାଙ୍କ ଫଟୋଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏହି ଫଟୋଚିତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଆଗ ଧାଡିରେ ଛିଡା ହୋଇଥିବା ନଜର ଆସୁଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ ପାକିସ୍ତାନବାସୀ ନିଜ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିବା ଆରମ୍ଭ କରି ଦେଇଛନ୍ତି ।

ପାକିସ୍ତାନର ଜଣେ ରାଜନୈତକ ବିଶ୍ଲେଷକ କମର ଚୀମା ସମସ୍ତ ନେତାଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଚିମା ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ତ ଆଗ ଧାଡିରେ ନଜର ଆସୁଛନ୍ତି ତେବେ ଫଟୋରେ କେହି ଆମ ପ୍ରଧାନମନ୍ତ୍ରୀଙ୍କୁ ଖୋଜିଦେବାରେ ମୋତେ ସାହାଯ୍ୟ କରିବ କି । ଏହାର ଉତ୍ତରରେ ଜଣେ ୟୁଜର ଲେଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାହାଣ ପଟେ ସବୁଠାରୁ ପଛ ଧାଡିରେ ଛିଡା ହୋଇଛନ୍ତି ।

Get real time updates directly on you device, subscribe now.