fbpx

ମିଜୋରାମରେ ହେବ କ୍ଷମତାର ପରିବର୍ତ୍ତନ, MNF ନୁହେଁ ZPM ଗଢିବ ସରକାର !

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମ୍ନାକୁ ଆସିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଯେତିକି ଫଳାଫଳ ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ହୋଇଛି କି ଲାଲଦୁହୋମାଙ୍କ ନେତୃତ୍ୱରେ ଗଠିତ ଜୋରମ୍ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌) ରାଜ୍ୟରେ ସରକାର ଗଢିବାକୁ ଯାଉଛି । ଏବେ ଜେଡ୍‌ପିଏମ୍ ୪୦ରୁ ୨୬ ସିଟ୍‌ରେ ଲିଡ୍ କରୁଛି ।

ଅନ୍ୟପକ୍ଷରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମଏନଏଫ୍‌) ପରାଜୟ ବରଣ କରି ରାଜ୍ୟରେ କ୍ଷମତାରୁ ବାଦ୍ ପଡିବାକୁ ଯାଉଛି । ଏମଏନଏଫ୍ ଏବେ ୧୦ଟି ସିଟ୍‌ରେ ଆଗୁଆ ରହିଛି । ବିଜେପି ୩ ସିଟ୍‌ରେ ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ନିଜକୁ ସୀମିତ ରଖିଛି ।

Get real time updates directly on you device, subscribe now.