fbpx

ଆଉ ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରାର ଅବଧି

ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଖୁସି ଖବର । ଆଉ ଦିନଟିଏ ପାଇଁ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରାର ଅବଧି । ଆଜି ବଦଳରେ କାଲି ସରିବ ବାଲିଯାତ୍ରା । ଏ ସଂକ୍ରାନ୍ତରେ କଟକ ମେୟର ଆଉ ୨ ଦିନ ବାଲିଯାତ୍ରାର ଅବଧି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ । ପରେ ମୁଖ୍ୟମନ୍ତ୍ରୀ ୨ ଦିନ ପରିବର୍ତ୍ତେ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ନଭେମ୍ବର ୨୪ରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆଜି ଶେଷ ହୋଇଥାନ୍ତା ।

Get real time updates directly on you device, subscribe now.