ଆପଣ ପିଉଥିବା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟର ଅସଲି ନା ନକଲି! ଜାଣନ୍ତୁ କିପରି କରିବେ ଯାଞ୍ଚ

ଓଡ଼ିଶା ଭାସ୍କର: ଜଳ ଆମ ଜୀବନର ମୂଳ ଆଧାର । ତେବେ ଅନେକ ସମୟରେ ଆମେମାନେ ବ୍ୟସ୍ତ ବହୁଳତା ମଧ୍ୟରେ ପ୍ୟାକେଜ୍ଡ ୱାଟର କିଣି ପିଇଥାଉ । ବର୍ତ୍ତମାନ ସମୟରେ ଲୋକମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟରର ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି । ବିସଲେରୀ ଠାରୁ ଆରମ୍ଭ କରି କିନ୍ଲି ଭଳି କମ୍ପାନୀ କେବଳ ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟର ବିକ୍ରି କରି ଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ବର୍ତ୍ତମାନର ପ୍ରତିଯୋଗୀ ବଜାରରେ ଜଣାଶୁଣା ତଥା ପଞ୍ଜୀକୃତ କମ୍ପାନୀ ବ୍ୟତୀତ ଏଭଳି ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ ନକଲି ପିଇବା ପାଣିର ମଧ୍ୟ ବ୍ୟବସାୟ କରୁଛନ୍ତି।

ବୋତଲରେ ମୁଦ୍ରିତ ISI ମାର୍କ କୋଡ୍ ଦ୍ୱାରା ଆପଣ ବୋତଲରେ ଥିବା ପାଣି ଅସଲି କିମ୍ବା ନକଲି ଚିହ୍ନଟ କରିପାରିବେ । ଯଦି ଆପଣ ୨୦ ଟଙ୍କା ମୂଲ୍ୟର ଏକ ବୋତଲ କିଣନ୍ତି, ତେବେ ସେହି ପାଣି ସୁରକ୍ଷିତ କି ନାହିଁ ତାହା ଉପରେ ଥିବା IS-୧୪୫୪୩ କୋଡ୍ ଦ୍ୱାରା ଆପଣ ଜାଣିପାରିବେ । ତେବେ ପାଣି ବୋତଲର କଭରକୁ ଦେଖି ଏହି ଟେକ୍ନୋଲୋଜି ଜଣା ପଡି ନପାରେ । କିନ୍ତୁ ବୋତଲରେ ଥିବା ଉତ୍ପାଦଟି ଅସଲି କିମ୍ବା ନକଲି ତାହା ଆପଣ ଜାଣିପାରିବେ ।

ଅନେକ କମ୍ପାନୀ ଅନ୍ୟ କମ୍ପାନୀର ସମାନ ସଂକେତ ବ୍ୟବହାର କରି ବଜାରରେ ଠକାମି କରୁଛନ୍ତି । କିନ୍ତୁ BSI Care ନାମକ ଏକ ମୋବାଇଲ ଆପ ସହାୟତାରେ ଆପଣ ଏହାକୁ ସହଜରେ ଚିହ୍ନଟ କରିପାରିବେ । ଏହି ଆପ ମାଧ୍ୟମରେ ଆପଣ ବୋତଲଯୁକ୍ତ ଜଳର ଗୁଣବତ୍ତା ସହିତ ଏହା କେଉଁଠାରେ ପ୍ୟାକ ହୋଇଛି ଏବଂ ଏଥିରେ କେଉଁ ମିନେରାଲ୍ସ ରହିଛି ସେ ବିଷୟରେ ମଧ୍ୟ ଜାଣିପାରିବେ ।

ଆପଣ ଏହି BSI Care ଆପ୍ଲିକେସନ ଆପଣଙ୍କ ଫୋନରେ ଖୋଲିବା ପରେ କିଛି ଆଇକନ୍ ଦେଖିବାକୁ ପାଇବେ । ଏଥିମଧ୍ୟରୁ ଗୋଟିଏ ହେଉଛି ଓଝଓ, ଯେଉଁଥିରେ ଯାଞ୍ଚ ହୋଇଥିବା ଲାଇସେନ୍ସର ବିବରଣୀ ଲେଖାଥିବା ଆପଣଙ୍କୁ ଦେଖିବାକୁ ମିଳିବ । ଏହାକୁ କ୍ଲିକ୍ କରି ଆପଣ CM/L-10 ର ଏକ ୧୦ ଅଙ୍କ ବିଶିଷ୍ଟ କୋଡ୍ ପାଇବେ । ଆପଣ କିଣିଥିବା ବୋତଲର ପ୍ୟାକେଜିଂରୁ ଆପଣଙ୍କୁ ଏହି କୋଡ୍ କପି କରନ୍ତୁ । ଏହା ପରେ ଆପଣ ଅସଲି ଏବଂ ନକଲି ମଧ୍ୟରେ ସହଜରେ ଚିହ୍ନଟ କରିପାରିବେ ।