fbpx

ତାଜମହଲ ରଙ୍ଗ ବଦଳୁଛି କି! ଜାଣନ୍ତୁ କାହିଁକି ଧୀରେ ଧୀରେ ସବୁଜ ରଙ୍ଗରେ ପରିଣତ ହେଉଛି ଏହା ଧଳା ମୀନାର

ଆଗ୍ରା: ଧଳା ମାର୍ବଲରେ ନିର୍ମିତ ତାଜମହଲକୁ ଯୁଗ ଯୁଗରୁ ଦୁନିଆରେ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ । ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ । ତେବେ ପାଣିପାଗରେ ପରିବର୍ତ୍ତନ କାରଣରୁ ଧୀରେ ଧୀରେ ଏହାର ରଙ୍ଗ ବଦଳିବାରେ ଲାଗିଛି । ସବୁଠୁ ବଡ କଥା ହେଉଛି ଏହା ଅନେକ ଦିନ ଧରି ଘଟି ଆସୁଥିଲା ଯାହା ବର୍ତ୍ତମାନ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ASI ଦ୍ୱାରା ଜଣାପଡ଼ିଛି । ତଥାପି ଏହା ASI ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଏହାର ମୁକାବିଲା ପାଇଁ ଉପାୟ ଖୋଜୁଛି । ତେବେ ଏହା କେଉଁ କାରଣରୁ ଏପରି ରଙ୍ଗ ବଦଳାଇ ସବୁଜ ରଙ୍ଗରେ ପରିଣତ ହେଉଛିଆସନ୍ତୁ ତାହା ଜାଣିବା ।

ବାସ୍ତବରେ, ଏହି କାମ ଏକ ପ୍ରକାରର କୀଟ ଦ୍ୱାରା ହେଉଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଏହି କୀଟମାନେ ତାଜମହଲକୁ ନଷ୍ଟ କରିବାରେ ଲାଗିଛନ୍ତି। ASI ୨୦୧୫ ରେ ଏହା ବିଷୟରେ ଜାଣିବାକୁ ପାଇଥିଲା । ତେବେ ସେହି ସମୟରେ ଏହାକୁ ରୋକିବା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କରୋନା ଅବଧିରେ ଏହି କୀଟମାନଙ୍କର ପ୍ରଭାବ ମଧ୍ୟ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ସେମାନେ ତାଜମହଲର କାନ୍ଥକୁ ଧ୍ୱଂସ କରିବା ଆରମ୍ଭ କରିଛନ୍ତି ।

ତେବେ ଏହି କୀଟମାନଙ୍କୁ ବୈଜ୍ଞାନିକ ଭାଷାରେ ଗୋଲ୍ଡି କାଇରୋନୋମସ କୁହାଯାଏ । ଏହି କୀଟମାନେ ମଇଳା ପାଣିରେ ବଢ଼ିଥାନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି କୀଟ ଏକ ସମୟରେ ହଜାରେରୁ ଅଧିକ ଅଣ୍ଡା ଦେଇଥା’ନ୍ତି। ଏହି କୀଟମାନେ ଦୁଇ ଦିନ ବଞ୍ଚନ୍ତି । ତେବେ ଗ୍ରୀଷ୍ମ ଋତୁରେ ଏହି କୀଟମାନଙ୍କ ସଂଖ୍ୟା କମିଯାଏ । ଏହାର କାରଣ ହେଉଛି ସେମାନେ ୩୫ ରୁ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଶୀତଦିନେ ସେମାନେ ତାଜମହଲ ପାଇଁ ଏକ ସମସ୍ୟା ପାଲଟିଯାଆନ୍ତି ।

ବାସ୍ତବରେ, ଏହି କୀଟମାନେ ଯେଉଁଠାରେ କିଛି ସମୟ ବସନ୍ତି ସେହି ସ୍ଥାନକୁ ମଳ ତ୍ୟା କରିଥାନ୍ତି । ଏହି ମଳ ଯୋଗୁଁ ତାଜମହଲର ଧଳା କାନ୍ଥ ଧୀରେ ଧୀରେ ସବୁଜ ହେବାରେ ଲାଗିଛି । ଦି ପ୍ରିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି କୀଟମାନେ ତାଜମହଲର ସୌନ୍ଦର୍ୟ୍ୟକୁ ନଷ୍ଟ କରୁଛନ୍ତି। ସେଗୁଡିକୁ ହଟାଇବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ପରୀକ୍ଷଣ କରୁଛନ୍ତି କିନ୍ତୁ ଏପର୍ୟ୍ୟନ୍ତ କୌଣସି ସଫଳତା ସେମାନଙ୍କୁ ମିଳି ପାରିନାହିଁ ।

Get real time updates directly on you device, subscribe now.