fbpx

(Video) ମହିଳାମାନଙ୍କ ସାମ୍ନାରେ ଭେଁ ଭେଁ ହୋଇ କାନ୍ଦିଲେ କିମ ଜୋଙ୍ଗ ଉନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କୁ ଅତି କଠୋର ପ୍ରକାରର ଶାସକ ଭାବେ ବିବେଚନା କରାଯାଏ । କିନ୍ତୁ ତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ବିଶ୍ୱାସ କରିବା କଷ୍ଟସାଧ୍ୟ । ଭିଡିଓରେ ଏହି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ କାନ୍ଦୁଥିବା ଦେଖାଯାଉଛି । ଏହା ସହ ଆଖିରୁ ବହି ଆସୁଥିବା ଲୁହକୁ ସେ ପୋଛି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। କିମ୍ ଉତ୍ତର କୋରିଆର ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିବେଦନ କରୁଥିବା ସମୟରେ ଏପରି କାନ୍ଦୁଥିଲେ।

ଉତ୍ତର କୋରିଆରେ ଜନ୍ମ ହାର ହ୍ରାସକୁ ଦୃଷ୍ଟିରେ ରଖି କିମ ନିଜ ଦେଶର ମହିଳାମାନଙ୍କୁ ଅଧିକ ସନ୍ତାନ ପାଇବା ପାଇଁ ନିବେଦନ କରିଥିଲେ। ‘ଜାତୀୟ ଶକ୍ତି’ କୁ ମଜବୁତ କରିବା ପାଇଁ କିମ୍ ଉତ୍ତର କୋରିଆର ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ କହିଛନ୍ତି। ତେବେ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏକ ଭିଡିଓରେ କିମ ଜୋଙ୍ଗ ଉନ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଆୟୋଜିତ ଏକ ମହିଳା କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ସେଠାରେ ସେ ମହିଳାମାନଙ୍କୁ ଏପରି ନିବଦେନ କରିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ । ଏହା ସହିତ ଧଳା ରୁମାଲରେ ଆଖି ପୋଛିଥିବାର ନଜର ଆସିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍ ଏହି କାର୍ୟ୍ୟକ୍ରମରେ କହିଛନ୍ତି ଯେ ଜନ୍ମ ହାରରେ ବୃଦ୍ଧି କରିସବା ପାଇଁ ଏବଂ ପିଲାମାନଙ୍କର ଭଲ ଯତ୍ନ ନେବା ଏବଂ ସେମାନଙ୍କୁ ଭଲ ଶିକ୍ଷା ଦେବା ତଥା ବିଭିନ୍ନ ପାରିବାରିକ ବିଷୟ ରହିଛି ଯାହାକୁ ଆମେ ଆମ ମା’ମାନଙ୍କ ସହ ମିଶି ସମାଧାନ କରିବା ଉଚିତ୍।

ତେବେ ଜାତିସଂଘର ଆକଳନରୁ ଜଣାପଡିଛି ଯେ ଗତ ଦଶନ୍ଧି ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାରରେ ତୀବ୍ର ହ୍ରାସ ପାଇଛି। ୨୦୨୩ ସୁଦ୍ଧା, ଉତ୍ତର କୋରିଆରେ ମା’ଙ୍କ ହାରାହାରି ପିଲାଙ୍କ ସଂଖ୍ୟା ୧.୮ ଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି ।

 

Get real time updates directly on you device, subscribe now.