fbpx

BIG BREAKING: ପେନ କିଲର “ମେଫଟାଲ” ପାଇଁ ଆଲର୍ଟ ଜାରି କଲେ ଭାରତ ସରକାର

ନୂଆଦିଲ୍ଲୀ: ବହୁ ପ୍ରଚଳିତ ପେନ କିଲର “ମେଫଟାଲ” ପାଇଁ ଆଲର୍ଟ ଜାରି। ଏନେଇ ଆଜି ଇଣ୍ଡିଆନ ଫାର୍ମାକୋପିଆ କମିଶନଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ଦେଖିବାକୁ ମିଳିଛି। ଏହା ସେବନ ଦ୍ୱାରା ପାର୍ଶ୍ଵପ୍ରତିକ୍ରିୟା ପ୍ରକାଶ ପାଉଥିବା ନେଇ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି।

ସୂଚନା ଥାଉକି, ଆପିସି ପକ୍ଷରୁ ଡାକ୍ତର ଓ ରୋଗୀମାନଙ୍କୁ ମେଫଟାଲ ବ୍ୟବହାର କରିବା ବେଳେ ସତର୍କ ରହିବାକୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ହେବା ମାତ୍ରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। କମିଶନର ସତର୍କ ସୂଚନାରେ କୁହାଯାଇଛି, ଯେ ପ୍ରାଥମିକ ଯାଞ୍ଚରୁ ଏହି ପେନକିଲର ଖାଇବା ଦ୍ୱାରା ଡ୍ରଗ ରିଆକ୍ସ ଇସନଫିଲିଆ ଓ ସିଷ୍ଟମିକ ସିମଟମ୍ପସ ସିଣ୍ଡ୍ରିମ ସବୁ ଦେଖାଯାଉଛି। ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ତଥ୍ୟରୁ ଏହାର ସୂଚନା ମିଳିଛି। ତେଣୁ ସ୍ୱାସ୍ଥ୍ୟ କର୍ମୀ, ରୋଗୀ ଓ ଗ୍ରାହକମାନେ ବେଶ ସତର୍କତାର ସହ ପେନକିଲରର ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖନ୍ତୁ। ଯଦି କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ, ତା’ହେଲେ ତୁରନ୍ତ ପିଭିପିଆଇର ଜାତୀୟ ସଂଯୋଜକ କେନ୍ଦ୍ରକୁ ଅବଗତ କରାନ୍ତୁ। www.ipc.gov.in ରେ ଥିବା ଫର୍ମକୁ ପୂରଣ କରି କିମ୍ବା ମୋବାଇଲ ଆପ୍‌ ADR PvPI ଦ୍ୱାରା ଲୋକମାନେ ନିଜର ସମସ୍ୟା ସମ୍ପର୍କରେ କହିପାରିବେ। ଏହାବାଦ ପିଭିପିଆଇର ହେଲଲାଇନ ନଂ ୧୮୦୦-୧୮୦-୩୦୨୪କୁ ମଧ୍ୟ ଲୋକମାନେ କଲ କରିପାରିବେ।

ଏଠାରେ କହି ରଖୁଛୁ, ଋତୁସ୍ରାବଜନିତ ଯନ୍ତ୍ରଣା ଉପଶମ ପାଇଁ ଏହି ପେନ କିଲର “ମେଫଟାଲ” ବହୁଳ ବ୍ୟବହାର ହୋଇଥାଏ। ସେହିପରି ଆଣ୍ଠୁଗଣ୍ଠି, ଦାନ୍ତ ବିନ୍ଧା, ଜ୍ୱର ଓ ଅନ୍ୟାନ ଯନ୍ତ୍ରଣାରୁ ଉପଶମ ପାଇବା ଲାଗି ମଧ୍ୟ ଏହାକୁ ପ୍ରାୟ ସେବନ କରାଯାଉଥିବା ଦେଖିବାକୁ ମିଳିଥାଏ।

 

 

Get real time updates directly on you device, subscribe now.