fbpx

ଚୀନ୍‌ରେ ହାହାକାର ସୃଷ୍ଟି କରିଥିବା ଘାତକ ନିମୋନିଆ ଭାରତକୁ ବ୍ୟାପିିଲା, AIIMS ରୁ ମିଳିଲେ ଏତିକି ପଜିଟିଭ୍‌!

ନୂଆଦିଲ୍ଲୀ: କରୋନା ପରେ ଚୀନ୍‌ରେ ବ୍ୟାପିଥିବା ରହସ୍ୟମୟ ନିମୋନିଆ ପୁଣି ଥରେ ଲୋକଙ୍କ ମନ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ମାଇକୋପ୍ଲାଜମା ନିମୋନିଆକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ବୃଦ୍ଧି ପାଇଛି । ଚୀନ୍‌ରେ ଏହି ନିମୋନିଆରେ ସବୁଠାରୁ ଅଧିକ ଶିଶୁ ପ୍ରଭାବିତ ହୋଇଛନ୍ତି । ଏହାକୁ ହ୍ୱାଇଟ୍ ଲଙ୍ଗ ସିଣ୍ଡ୍ରୋମ ବା ୱାକିଂ ନିମୋନିଆ ବି କୁହାଯାଏ । ତେବେ ଇଣ୍ଟରନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଏକ ରିପୋର୍ଟରେ କହିଛି କି ଚାଇନିଜ୍ ନିମୋନିଆର କେସ୍ ଭାରତରେ ବି ମିଳିଛି ।

ଋିପୋର୍ଟରେ କୁହାଯାଇଛି ସେପ୍ଟେମ୍ବର ୨୦୨୨ରୁ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୭ ୱାକିଂ ନିମୋନିଆ କେସ୍ ମିଳିଛି । ତେବେ ଏହି ତଥ୍ୟ ଅଲଗା ଅଲଗା ସାମ୍ପଲ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ମିଡିଆରେ ଯେଉଁ ବି ରିପୋର୍ଟ ଦେଖାଯାଉଛି ତାହା ସଠିକ୍ ନୁହେଁ । ସରକାରଙ୍କ ପକ୍ଷରୁ କୁହାଯାଇଛି ଦିଲ୍ଲୀ ଏମ୍ସରୁ ମିଳିଥିବା ବ୍ୟାକ୍ଟେରିଆଲ କେସ୍ ଓ ଚୀନ୍‌୍‌ରେ ବ୍ୟାପୁଥିବା ନିମୋନିଆ ମଧ୍ୟରେ କୌଣସି ସଂପର୍କ ନାହିଁ ।

ଚୀନ୍‌ରେ ବ୍ୟାପୁଥିବା ନିମୋନିଆରେ ବିନା କାଶରେ ପୀଡିତଙ୍କୁ ଭୀଷଣ ଜ୍ୱର ହେଉଛି । ଏହା ସହିତ ପୀଡିତଙ୍କ ଫୁସଫୁସ୍ ଫୁଲି ଯାଉଛି । ଏହି ଭାଇରସ୍ ଶିଶୁ ଓ ବୟସ୍କଙ୍କୁ ବେଶୀ ଆକ୍ରମଣ କରୁଛି ।

Get real time updates directly on you device, subscribe now.