fbpx

T-20 World Cup ଦଳକୁ ଫେରିବେ ପୂର୍ବତନ ଅଧିନାୟକ! ବିଶ୍ୱକପ ପୂର୍ବରୁ ଦେଲେ ସଂକେତ

ନୂଆଦିଲ୍ଲୀ: କ୍ରିକେଟ ପ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଜଣେ ଷ୍ଟାର କ୍ରିକେଟର । ଦଳରୁ ଅନେକ ଦିନ ଦୂରରେ ରହିବା ପରେ ପୁଣିଥରେ ଦଳ ପାଇଁ ଟି-୨୦ ବିଶ୍ୱକପ ଖେଳିବାକୁ କମବ୍ୟାକ କରିପାରନ୍ତି ପୂର୍ବତନ ଅଧିନାୟକ । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଯୋଗେ ସେ ସଂକେତ ଦେଇଛନ୍ତି । ଏ ନେଇ ଦଳ କିମ୍ବା ଖେଳାଳିଙ୍କ ତରଫରୁ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ସୋସିଆଲ ମିଡିଆର ଏହି ପୋଷ୍ଟ କୋଟି କୋଟି ଫ୍ୟାନ୍ସମାନଙ୍କ ସ୍ପନ୍ଦନ ବଢାଇ ଦେଇଛି ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ ନିଜ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ, ସେ ପୁଣିଥରେ ଦଳ ପାଇଁ ଟି-୨୦ ବିଶ୍ୱକପ-୨୦୨୪ ଖେଳିପାରନ୍ତି । ବର୍ତ୍ତମାନ ଆଇପିଏଲ ଏବଂ ଅନ୍ୟ ଦେଶରେ ଟି-୨୦ ଲିଗ ଗୁଡ଼ିକରେ ଦମଦାର ପ୍ରଦର୍ଶନ କରୁଥିବା ବେଳେ ନିଜ ଦଳ ପାଇଁ ସେ ସନ୍ନ୍ୟାସରୁ ଫେରିବାକୁ ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଛି । ତେବେ ଆସନ୍ତା ଟି-୨୦ ବିଶ୍ୱକପ ପୂର୍ବରୁ ତାଙ୍କର ଦଳକୁ ଫେରିବା ନେଇ ଚର୍ଚ୍ଚା ଜେର ଧରିଛି । ତେବେ ଏହିସବୁ ଚର୍ଚ୍ଚାର କାରଣ ହେଉଛି ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ।

ଟି-୨୦ ବିଶ୍ୱକପରେ କମବ୍ୟାକ କରିବା ନେଇ ଦକ୍ଷିଣ ଆଫ୍ରିକାର ସୀମିତ ଓଭର କୋଚ୍ ରବ୍ ୱାଲ୍ଟରଙ୍କ ସହ ଆଲୋଚନା କରୁଛନ୍ତି ଫାଫ୍ । ଏ ନେଇ ଡୁ ପ୍ଲେସିସ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି, ଯେ ମୁଁ ଇଣ୍ଟରନେସନାଲ କ୍ରିକେଟରେ କମବ୍ୟାକ କରିପାରିବି । ତେବେ ଏ ନେଇ ଆମର ଆଲୋଚନା ଜାରି ରହିଛି । ସୂଚନା ଥାଉ କି, ୨୦୧୪ ଏବଂ ୨୦୧୬ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟରୁ ଅବସର ନେଇ ନଥିଲେ ମଧ୍ୟ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ତେବେ ଟି-୨୦ ଲିଗରେ ତାଙ୍କ ପ୍ରଦର୍ଶନକୁ ନଜରରେ ରଖି ଦଳରେ ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.