fbpx

ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା ବୃଦ୍ଧି କରିଥାଏ ଏହି ୫ଟି ଅଭ୍ୟାସ

ବଦଳୁଥିବା ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ କାରଣରୁ ବ୍ୟକ୍ତିକୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିମଧ୍ୟରୁ ବ୍ରେନ୍ ଷ୍ଟ୍ରୋକ୍ ଅନ୍ୟତମ । ଏହା ଏକ ଗମ୍ଭୀର ରୋଗ । ଆମର କିଛି ଭୁଲ ଅଭ୍ୟାସ ପାଇଁ ବ୍ରେନ୍ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଇଥାଏ । ଏଥିପାଇଁ ଆମକୁ କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କେଉଁ ୫ଟି ଅଭ୍ୟାସ ଦ୍ୱାରା ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କା ବୃଦ୍ଧି ପାଇଥାଏ:

– ଅସନ୍ତୁଳିତ ଖାଦ୍ୟ ପେୟ: ସ୍ୱାସ୍ଥ୍ୟ ବିଶେଜ୍ଞଙ୍କ କହିବାନୁଯାୟୀ ଅସନ୍ତୁଳିତ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହା ବ୍ୟତୀତ ଉଚ୍ଚ ସୋଡ଼ିୟମ ଯୁକ୍ତ ଖାଦ୍ୟ ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ଆଶଙ୍କାକୁ ବୃଦ୍ଧି କରିଥାଏ ଯାହା ଷ୍ଟ୍ରୋକର ମୁଖ୍ୟ କାରଣ ଅଟେ । ତେଣୁ ଡାଏଟ୍ ଚାର୍ଟରେ ସତେଜ ଫଳ, ପନିପରିବା, ଅଙ୍କୁରିତ ଚଣା ସାମିଲ କରନ୍ତୁ ଯାହା ଉଚ୍ଚ ରକ୍ତଚାପ ଏବଂ କଲେଷ୍ଟ୍ରୋଲକୁ ନିୟନ୍ତ୍ରିତ ରଖିଥାଏ ।

– ଧୂମପାନ କରିବା: ଯଦି ଆପଣଙ୍କର ଧୂମପାନ କରିବାର ଅଭ୍ୟାସ ଅଛି ତେବେ ସାବଧାନ! ଧୂମପାନ କରିବା ଦ୍ୱାରା ରକ୍ତବାହୀ ଗୁଡ଼ିକ ସଙ୍କୀର୍ଣ୍ଣ ଓ କଠୋର ହୋଇଯାଏ ଏବଂ ଏହା ରକ୍ତ ଜମାଟ ବାନ୍ଧିବା ଆଶଙ୍କାକୁ ବୃଦ୍ଧି କରିଥାଏ । ତେଣୁ ଯେତେ ଦୂର ସମ୍ଭବ ସଧୂମପାନ, ବିଡ଼ି ଏବଂ ହୁକ୍କାର ଅଭ୍ୟାସ ଛାଡ଼ନ୍ତୁ ।

– ଶାରୀରିକ କ୍ରୀଡ଼ା: ଶାରୀରିକ କ୍ରୀଡ଼ା କମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି କରିଥାଏ । ଶାରୀରିକ କ୍ରୀଡ଼ଶ ଦ୍ୱାରା ଶରୀର ସୁସ୍ଥ ରହିବା ସହ ରକ୍ତଚାପ ନିୟନ୍ତ୍ରିତ ରୁହେ । ଏହା ବ୍ରେନ୍ ଷ୍ଟ୍ରୋକର ଆଶଙ୍କାକୁ କମ କରିଥାଏ ।

– ମଦ୍ୟପାନ: ଅତ୍ୟାଧିକ ମଧ୍ୟପାନ ଦ୍ୱାରା ରକ୍ତଚାପ ବୃଦ୍ଧି ହେବା ସହ ହୃଦସ୍ପନ୍ଦନ ମଧ୍ୟ ବଢ଼ିଥାଏ । ମଦ୍ୟପାନର କୁଅଭ୍ୟାସ ଯକୃତ ଏବଂ ଶରୀରର ଅନ୍ୟ ଅଙ୍ଗକୁ କ୍ଷତି ପହଂଚାଇଥାଏ । ତେଣୁ ଯେତେଦୂର ସମ୍ଭବ ମଦ୍ୟପାନ କମ କରନ୍ତୁ ବା ମଦ୍ୟପାନର କୁଅଭ୍ୟାସକୁ ଛାଡ଼ି ଦିଅନ୍ତୁ । ଏହା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହେବା ଆଶଙ୍କା କମିଥାଏ ।

– ଅଧିକ ଚାପ: ବ୍ରେନ୍ ଷ୍ଟ୍ରୋକ୍ ଆଶଙ୍କାକୁ କମ୍ କରିବାକୁ ହେଲେ ଅଧିକ ଚିନ୍ତା କରିବା ବନ୍ଦ କରିଦିଅନ୍ତୁ । ଏହା ଉଚ୍ଚ ରକ୍ତଚାପର କାରଣ ପାଲଟିଥାଲଏ ଏବଂ ଅନିଦ୍ରା ସମସ୍ୟା ଦେଖାଦେଇଥାଏ । ଅତି କମରେ ଦିନକୁ ୮ ଘଣ୍ଟା ଶୁଅନ୍ତୁ ।

 

Get real time updates directly on you device, subscribe now.