fbpx

ଉର୍ଦ୍ଦୁ ଭାଷାର ବ୍ୟବହାରକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର

ଉତ୍ତରପ୍ରଦେଶ ସରକାର ରେଜିଷ୍ଟ୍ରୀ ଡକ୍ୟୁମେଣ୍ଟ ଗୁଡ଼ିକରୁ ଉର୍ଦ୍ଦୁ- ଫାର୍ସୀ ଶବ୍ଦର ବ୍ୟବହାରକୁ ହଟାଇବା ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ପରିବର୍ତ୍ତେ ସରଳ ହିନ୍ଦୀ ଶବ୍ଦର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରେଜିଷ୍ଟ୍ରେସନ ଆକ୍ଟ ୧୯୦୮ରେ ସଂଶୋଧନ କରାଯିବ ।

ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୦୮ରେ ନିର୍ମିତ ରେଜିଷ୍ଟ୍ରେସନ ଆକ୍ଟ ଅନୁଯାୟୀ ସରକାରୀ ଦଲିଲ ଗୁଡ଼ିକରେ ଉର୍ଦ୍ଦୁ ଏବଂ ଫାର୍ସୀ ଶବ୍ଦକୁ ବିଶେଷ ଗୁରୁତ୍ୱ ଦିଆଯାଉଥିଲା । ତେଣୁ ଅଧିକାଂଶ ସରକାରୀ ଦଲିଲ ଗୁଡ଼ିକରେ ଅନେକ ଉର୍ଦ୍ଦୁ ଏବଂ ଫାର୍ସୀ ଶବ୍ଦ ରହିଛି । ଏହି ନିୟମକୁ ବଦଳେଇବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଣ୍ଟା ଭିଡ଼ିଛନ୍ତି । ‘ଏହି ସବୁ ଶବ୍ଦ ଏତେ ଜଟିଳ ଯେ ସାଧାରଣ ହିନ୍ଦୀ ଭାଷୀ ଲୋକମାନଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିପାଇଁ ସବ- ରେଜିଷ୍ଟ୍ରାର ଅଧିକାରୀମାନଙ୍କୁ ଉର୍ଦ୍ଦୁ ଭାଷା ଶିଖିବା ସହ ପରୀକ୍ଷା ଦେବାକୁ ପଡ଼ୁଥିଲା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ଚାକିରି ସ୍ଥାୟୀ ହେଉନଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କୁ କେବଳ କମ୍ପ୍ୟୁଟର ପରୀକ୍ଷା ଦେବାକୁ ପଡ଼ିବ’ ବୋଲି ସେ କହିଛନ୍ତି । ତେବେ ରାଜ୍ୟ ସରକାର ଖୁବ ଶୀଘ୍ର ଏହି ପ୍ରସ୍ତାବକୁ କ୍ୟାବିନେଟରେ ଉପସ୍ଥାପନ କରିବେ ।

Get real time updates directly on you device, subscribe now.