fbpx

ମୋଦୀ ସରକାରଙ୍କ ଏପରିି ନିଷ୍ପତ୍ତି ଉପରେ କ୍ଷୁବ୍ଧ ହେଲା ଏହି ଦେଶ, କହିଲା ଯୁଦ୍ଧ ପାଇଁ ଉସକାଉଛି ଭାରତ

ନୂଆଦିଲ୍ଲୀ: ଆଜରବାଇଜାନ୍ ରାଷ୍ଟ୍ରପତି ଇଲହାମ୍ ଅଲିୟେବ ଆର୍ମେନିଆକୁ ନେଇ ଭାରତ ଓ ଫ୍ରାନ୍ସ ଉପରେ କ୍ଷୁବ୍ଧ ହୋଇଛି । ଅଲିୟେବ ଭାରତ ଓ ଫ୍ରାନ୍ସକୁ ଟାର୍ଗେଟ୍ କରି କହିଛି ଆର୍ମେନିଆକୁ ଅସ୍ତ୍ର ଯୋଗାଉଥିବା ଦେଶ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି । ନାଗାର୍ନୋ-କାରାବାଖ ଅଞ୍ଚଳକୁ ନେଇ ଆଜରବାଇଜାନ୍ ସହ ସୃଷ୍ଟ ବିବାଦ ମଧ୍ୟରେ ଆର୍ମେନିଆ ଭାରତ ଓ ଫ୍ରାନ୍ସ ସହିତ ଅସ୍ତ୍ରଶସ୍ତ୍ରକୁ ନେଇ ବଡ ଧରଣର ଡିଲ୍ କରିଛି ।

ଆଜରବାଇଜାନ୍ ରାଜଧାନୀ ବାକୁରେ ଆୟୋଜିତ ଏକ ସମ୍ମିଳନୀ ସମୟରେ ଆର୍ମେନିଆ ଓ ଆଜରବାଇଜାନ୍ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଇଲହାମ୍ ଅଲିୟେବ କହିଛନ୍ତି ଫ୍ରାନ୍ସ ଓ ଭାରତ ପରି ଦେଶ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରି ନିଆଁରେ ଘିଅ ଢାଳୁଛି । ଏହି ଦେଶ ଆର୍ମେନିଆ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି କି ଏହି ଅସ୍ତ୍ରଶସ୍ତ୍ର ବଳରେ ସେ କାରବାଖ ଅଞ୍ଚଳକୁ ନିଜ ଅଧୀନକୁ ନେଇପାରିବ ।
କିଛି ମାସ ମଧ୍ୟରେ ଆର୍ମେନିଆ ଫ୍ରାନ୍ସ ଓ ଭାରତ ସହିତ ଏୟାର ଡିଫେନ୍ସ ସିଷ୍ଟମ ଓ ସଶସ୍ତ୍ର ଯାନବାହାନ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର କାରବାର କରିଛି ।

ଏହି କ୍ରମରେ ଅଲିୟେବ ଚେତାବନୀ ଦେଇ କହିଛନ୍ତି ଭାରତ ଓ ଫ୍ରାନ୍ସ ପକ୍ଷରୁ ଆର୍ମେନିଆକୁ ଜାରି ରହିଥିବା ଅସ୍ତ୍ର ଯୋଗାଣ ଦ୍ୱାରା ଏକ ନୂଆ ଯୁଦ୍ଧ ଆରମ୍ଭ ହୋଇପାରେ । ଯଦି ଆର୍ମେନିଆକୁ ଭାରତ ଓ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର ମିଳିବା ଆରମ୍ଭ ହୋଇଯିବ ତେବେ ଆଜରବାଇଜାନ୍ ନିଜ ନାଗରିକଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ବାଧ୍ୟ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି ୧୯୯୧ରେ ସୋଭିଏତ୍ ସଂଘର ବିଘଟନ ପରେ ଆର୍ମେନିଆ ଓ ଆଜରବାଇଜାନ୍ ନାମକ ଏହି ଦୁଇ ଦେଶ ସୃଷ୍ଟି ହୋଇଥିଲେ । କିନ୍ତୁ ୧୯୮୦ରୁ ଏମାନଙ୍କ ମଧ୍ୟରେ ନାଗୋର୍ନ-କାରାବାଖ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ସୋଭିଏତ୍ ସଂଘ ବିଘଟନ ପରେ ନାଗୋର୍ନ-କାରାବାଖ ଆଜରବାଇଜାନ୍ କବଜାରେ ରହିଛି । ଆଜରବାଇଜାନ୍ ଏକ ମୁସଲିମ୍ ଦେଶ ହୋଇଥିବା ବେଳେ ଆର୍ମେନିଆ ଏକ ଇସାଇ ବହୁଳ ରାଷ୍ଟ୍ର । ନାଗୋର୍ନ-କାରାବାଖରେ ବହୁ ସଂଖ୍ୟାରେ ଇସାଇ ମଧ୍ୟ ରହୁଛନ୍ତି ।

Get real time updates directly on you device, subscribe now.