fbpx

Breaking: ଛତିଶଗଡ଼ରେ ମାଓବାଦୀ ବିସ୍ଫୋରଣ, ୨ ଯବାନ ଗୁରୁତର

ଛତିଶଗଡ଼: ଛତିଶଗଡ଼ ସୁକମାରେ ଏକ ବଡ଼ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ବିସ୍ଫୋରଣ ଉନ୍ନତ ବିସ୍ଫୋରକ ଉପକରଣ ବା IED ଦ୍ୱାରା ହୋଇଥିବା ସୂଚନା ମିଳିଛି । ତେବେ ସିଆରପିଏଫ ଏବଂ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ କରି ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଛତିଗଡ଼ର ସାଲାଟଙ୍ଗ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ତେବେ ମାଓବବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଛି । ତେବେ ,ହି ଆକ୍ରମଣରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ଅବସ୍ଥାରେ ୨ ଜଣ ଯବାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରିବାକୁ ଉଦ୍ୟମ କରାଯାଉଛି ।

Get real time updates directly on you device, subscribe now.