fbpx

ଶିଶୁ ପୁତ୍ର ନୁହେଁ ଶିଶୁ କନ୍ୟା; ବୋରୱେଲରୁ ଉଦ୍ଧାର ପରେ ଡାକ୍ତରଖାନାରୁ ସୂଚନା

ସମ୍ବଲପୁର: ଦୀର୍ଘ ସାତ ଘଣ୍ଟାର ପ୍ରଚେଷ୍ଟା ପରେ ରେସ୍କ୍ୟୁ ଅପରେସନ ସଫଳ ହୋଇଛି। ବୋରୱେଲରେ ଫସିରହିଥିବା ନବଜାତ ଶିଶୁ କନ୍ୟା ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି। ରେସ୍କ୍ୟୁ ଟିମର ଅକ୍ଲାନ୍ତ ପରିଶ୍ରମ ବଳରେ ଏହି ବଡ଼ ଅପରେସନ ସଫଳ ହୋଇଛି। ବୋରୱେଲର ଲୁହା ପାଇପ୍ କାଟିବା ପରେ ନବଜାତ ଶିଶୁଟି ଉଦ୍ଧାର ହୋଇଛି।

ତେବେ ଉଦ୍ଧାର ପରେ ଡାକ୍ତର ତା’ର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଶିଶୁଟି ଜୀବନ୍ତ ଥିବା ବେଳେ ତାର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଉଛି। ଏହାକୁ ନେଇ ସବୁଠି ଖୁସିର ବାତାବରଣ ସୃଷ୍ଟି ହୋଇଛି। ଗୋଡ଼ରେ କୁନି ଶିଶୁର ଆଘାତ ଲାଗିଥିବା ଜଣାପଡିଛି । ତେବେ ଉଦ୍ଧାରକାରୀଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ପରେ ଶିଶୁକୁ ଭୀମସାର ନିଆୟାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଶିଶୁ ପୁତ୍ର ନୁହେଁ ଶିଶୁ କନ୍ୟା।

Get real time updates directly on you device, subscribe now.