fbpx

ରକ୍ଷା କରିଦେଲେ ଷ୍ଟାର ଅଲରାଉଣ୍ଡର ରିଙ୍କୁ: ଫେଲ ମାରିଲା ସୂର୍ଯ୍ୟକୁମାରଙ୍କ ଏକ୍ସପେରିମେଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ । ପ୍ରାରମ୍ଭିକ ଝଟକା ପରେ ଏକ ବିସ୍ଫୋରକ ଇନିଂସ କେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ରିଙ୍କୁ । ଭାରତ ଶେଷ ଓଭର ଖେଳୁଥିବା ବେଳେ ବର୍ଷା ପୁଣିଥରେ ବାଧକ ସାଜିଛି । ୧୯.୩ ଓଭର ସୁଦ୍ଧା ଭାରତ ୧୮୦ ରନ୍ କରିଥିବା ସମୟରେ ଖେଳ ବନ୍ଦ କରିଛନ୍ତି ଅମ୍ପାୟାର । ବର୍ତ୍ତମାନ ଉଭୟ ଦଳର ଖେଳାଳି ଦ୍ୱିତୀୟ ଇନିଂସକୁ ଅପେକ୍ଷା କରିରହିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଛି । ଆକାଶରୁ ମୂସଳ ଧାରାରେ ବର୍ଷା ଝରିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ବର୍ଷିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ । ମାତ୍ର ୩୯ ବଲରେ ୬୮ ରନ୍ କରିଥିବା ବେଳେ ଏଥିରେ ୯ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ଆରମ୍ଭରୁ ଦୁଇ ଓପନରଙ୍କ ବିଫଳତା ପରେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ମିଶି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇ ଯାଇଥିଲେ ରିଙ୍କୁ । ତେବେ ୩୬ ବଲରୁ ୫୬ ରନ୍ କରି ସୂର୍ଯ୍ୟକୁମାର ପାଭିଲିୟନ ଫେରିଥିଲେ । କିନ୍ତୁ ରିଙ୍କୁ ନିଜ ଦମଦାର ବ୍ୟାଟିଂ ଜାରି ରଖି ୩୯ ବଲରୁ ୬୮ ରନ୍ କରିବା ସହ ଭାରତର ସ୍କୋର ୧୮୦-୭ରେ ପହଞ୍ଚାଇଛନ୍ତି । ତେବେ ଏମାନଙ୍କ ବ୍ୟତୀତ ତିଲକ ବର୍ମା ୨୯ ଏବଂ ଉପ-ଅଧିନାୟକ ରବିନ୍ଦ୍ର ଜାଡେଜା ୧୯ ରନ୍ କରି ନିଜ ୱିକେଟ ହରାଇଛନ୍ତି ।

ଆଜିର ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ନିଷ୍ପତ୍ତି ପ୍ରଥମରୁ ଫେଲ ମାରିଥିବା ଦେଖିବାକୁ ମିଳିଛି । ଋତୁରାଜ ଏହି ମ୍ୟାଚ ପାଇଁ ଅନୁପସ୍ଥିତ ରହିଥିବା ବେଳେ ଶ୍ରେୟସ ଆୟର ଏବଂ ଇଶାନ୍ କିଶାନଙ୍କ ସହ ରବି ବିଷ୍ଣୋଇଙ୍କୁ ଦଳରେ ସାମିଲ ନ କରିବା ସୂର୍ଯ୍ୟକୁମାରଙ୍କ ପାଇଁ ମହଙ୍ଗା ପଡ଼ିଛି । ଫଳରେ ଭାରତ ମାତ୍ର ୬ ରନରେ ଦୁଇଟି ୱିକେଟ ହରାଇ ସଂକଟରେ ପଡ଼ି ଯାଇଥିଲା । ତେବେ ତିଲକ ବର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ତେବେ ଅଧିନାୟକ ସୂର୍ଯ୍ୟକୁମାର ଏବଂ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ଭାରତକୁ ୧୮୦ ରନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ।

Get real time updates directly on you device, subscribe now.