ନୂଆଦିଲ୍ଲୀ: ଆଜିର ଦିନରେ ଠିକ୍ ୨୨ ବର୍ଷ ତଳେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା । ଆଜି ପୁଣି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ଚାଲିଆସିବା ୨୨ ବର୍ଷ ତଳର ସେହି ଘଟଣାକୁ ପୁଣି ମନେ ପକାଇ ଦେଇଛି ।
ସଂସଦ ବାହାରେ ଓ ଭିତରେ ଆଜି କିଛି ଯୁବକ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି । ସେମାନେ ସଂସଦ ମଧ୍ୟରେ କଲର ଗ୍ୟାସ୍ ସ୍ପ୍ରେ କରି ହଙ୍ଗାମା ସୃଷ୍ଟି କରିଥିଲେ । ଏହା ସହିତ ବଡ ପାଟିରେ ନାରାବାଜି ବି କରିଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।
#WATCH | Delhi: Two protestors, a man and a woman have been detained by Police in front of Transport Bhawan who were protesting with colour smoke. The incident took place outside the Parliament: Delhi Police pic.twitter.com/EZAdULMliz
— ANI (@ANI) December 13, 2023
ସେମାନଙ୍କ ନାମ ନୀଲମ ଓ ଅନମୋଲ ଶିନ୍ଦେ । ନୀଲମ ଜଣେ ମହିଳା ଓ ତାଙ୍କ ବୟସ ୪୨ । ସେ ହରିୟାଣାର ହିସାରରେ ରହନ୍ତି । ଅନ୍ୟ ଅଭିଯୁକ୍ତଙ୍କ ନାମ ଅନମୋଲ ଶିନ୍ଦେ । ସେ ମହାରାଷ୍ଟ୍ରର ଲାଟୁରରେ ରୁହନ୍ତି । ତାଙ୍କ ବୟସ ୨୫ । ଏହି ଘଟଣା ସଂସଦ ଭବନ ବାହାରେ ଓ ଟ୍ରାନ୍ସପୋର୍ଟ ଭବନ ନିକଟରେ ହୋଇଛି । ଏହି ୨ ଜଣଙ୍କୁ ପାର୍ଲିଆମେଣ୍ଟ ଷ୍ଟ୍ରୀଟ୍ ପୋଲିସ ଷ୍ଟେସନ ନିଆଯାଇଛି । ଦିଲ୍ଲୀ ପୋଲିସ ସହିତ ଇଣ୍ଟେଲିଜେନ୍ସ ବ୍ୟୁରୋ ଟିମ୍ ବି ପଚରାଉଚୁରା କରୁଛି ।