fbpx

ଟାଟା ସହିତ ହାତ ମିଶାଇଲେ ଓଡ଼ିଶା ସରକାର, ଜାଣନ୍ତୁ ଏହା ଦ୍ୱାରା କଣ ପ୍ରତିଷ୍ଠା ହେବ

ଓଡିଶା ଭାସ୍କର: ଓଡିଶାର ବିକାଶ ପାଇଁ ଆଉ ଏକ ବଡ଼ ପଦକ୍ଷେପ। ଟାଟା ସହିତ ହାତ ମିଶାଇଲେ ଓଡ଼ିଶା ସରକାର । ଫଳରେ ଭାରତୀୟ କ୍ରୀଡା ଜଗତର ଭବିଷ୍ୟତ ପାଇଁ ଏକ ନିର୍ଣ୍ଣାୟକ ନିଷ୍ପତି ନିଆଯାଇଛି। ଏଥିରେ ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି।

ସୂଚନା ଅନୁଯାୟୀ, ଏହି ବିଭାଗରେ ଆଥଲେଟ୍ମାନଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଓଡିଶା ଟାଟା ତୀରନ୍ଦାଜ ଏକାଡେମୀ ଏବଂ ଓଡିଶା ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ସ୍ପୋର୍ଟ କ୍ଲାଇମ୍ବିଂ ଏକାଡେମୀ ପ୍ରତିଷ୍ଠା ହେବ। ତୀରନ୍ଦାଜ ପାଇଁ ଆଞ୍ଚଳିକ ବିକାଶ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ଯେତେବେଳେ ଉଭୟ ଏକାଡେମୀ ମଧ୍ୟ ତୃଣମୂଳ ସ୍ତରରେ କାର୍ୟ୍ୟକ୍ରମ ପରିଚାଳନା କରିବେ। ଯେଉଁଥିରେ ତୃଣମୂଳ ସ୍ତରରେ ଥିବା ଦକ୍ଷ ଖେଳାଳି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତୁତ କରାଯିବ। ସେମାନଙ୍କୁ ବିଶେଷଜ୍ଞମାନେ ଭଲ ଭାବେ ପ୍ରସ୍ତୁତ କରାଇବାର ଦାୟିତ୍ୱ ନେବେ। ଏହା ସହ ଆଶାୟୀ ଆଥଲେଟ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ୟ୍ୟ କରାଯିବ। ଆଥଲେଟମାନେ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର କ୍ରୀଡ଼ା ସୁବିଧା ମଧ୍ୟ ପାଇପାରିବେ, ଯେଉଁଥିରେ କଳିଙ୍ଗ ଷ୍ଟାଡିୟମରେ ଜିମ୍ନାସିୟମ୍, ସୁଇମିଂ ପୁଲ୍ ଏବଂ ଭାରତର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ସାମିଲ ରହିଛି।

Get real time updates directly on you device, subscribe now.