fbpx

ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀ ନିଲମ୍ବିତ। ୮ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ। ଗତକାଲି ଲୋକସଭାରେ ହଠାତ ଲୋକସଭା ଭିତରକୁ ପଶିଆସିଥିଲେ୨ ଜଣ ଅଜଣା ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ଦୁଇଜଣ ଭିତରକୁ ପଶି ଆସିଥିଲେ । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିବା ବେଳେ ।

ତେବ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି । ୫ ଅଭିଯୁକ୍ତଙ୍କ ଉପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ । ସେପଟେ UAPAରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.