fbpx

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା; ସାହି ଇଦ୍ଗାହ ପରିସରର ହେବ କମିଶନର ସର୍ଭେ, ହିନ୍ଦୁ ପକ୍ଷର ଆବେଦନ ଗ୍ରହଣ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦ୍ଗାହ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି। ସାହି ଇଦ୍ଗାହ କମ୍ପ୍ଲେକ୍ସର କୋର୍ଟ କମିଶନର ସର୍ଭେକୁ ହାଇକୋର୍ଟ ଅନୁମୋଦନ କରିଛନ୍ତି। ଏହା ସହ ଇଦ୍ଗାହ କମିଟି ଓ ଓ୍ଵାକଫ ବୋର୍ଡର ଯୁକ୍ତିକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏବେ ସର୍ଭେ କମିଶନର ନିଯୁକ୍ତ ହେବେ। ଇଦ୍ଗାହ କମିଟିର ଯୁକ୍ତିକୁ ଖାରଜ କରାଯାଇଛି।

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମୋଦନ ଉପରେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ସର୍ଭେ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ତଥ୍ୟ ଜାଣିବା ପାଇଁ ମୁଁ ଏକ ସର୍ଭେ ପାଇଁ ଆବେଦନ କରିଥିଲି। ଡିସେମ୍ବର ୧୮ରେ ଆଡଭୋକେଟ କମିଶନ ଙ୍କ ଉପରେ ନିଷ୍ପତ୍ତି ନିଆଯିବ । ଡିସେମ୍ବର ୧୮ତାରିଖରେ କିଏ ସର୍ଭେ କରିବାକୁ ଯିବ ଓ ସର୍ଭେ ଟିମରେ କେତେ ଜଣ ରହିବେ ତାହା ସ୍ଥିର ହେବ।

ସାହି ଇଦଗାହ ପରିସରର ସର୍ଭେ କରାଯିବ ବୋଲି ଆଜି ନିଷ୍ପତ୍ତି ହୋଇଛି। ଆହ୍ଲାବାଦ ହାଇକୋର୍ଟ ଏହାକୁ ଅନୁମୋଦନ କରିଛନ୍ତି। ହିନ୍ଦୁ ପକ୍ଷ ପକ୍ଷରୁ ସାହି ଇଦ୍ଗାହ କମ୍ପ୍ଲେକ୍ସର କୋର୍ଟ କମିଶନ ନିଯୁକ୍ତ କରି ସର୍ଭେ ଦାବିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ଶେଷ ହୋଇଥିଲା। ଅନ୍ୟ ୭ ଜଣ ଏହି ପିଟିସନ୍ ଦାଖଲ କରିଥିଲେ। ଆଇନଜୀବୀ ହରି ଶଙ୍କର ଜୈନ, ବିଷ୍ଣୁ ଶଙ୍କର ଜୈନ, ପ୍ରଭାସ ପାଣ୍ଡେ ଓ ଦେବକୀ ନନ୍ଦନଙ୍କ ନାମ ରହିଛି। ଏହି ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଶାହି ଇଦ୍ଗାହ ସର୍ଭେକୁ ଅନୁମୋଦନ କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମସଜିଦ ତଳେ ରହିଛି ବୋଲି ଦାବି କରାଯାଉଛି। ମସଜିଦ ଏକ ହିନ୍ଦୁ ମନ୍ଦିର ବୋଲି ଦର୍ଶାଉଥିବା ଅନେକ ସଙ୍କେତ ରହିଛି। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ କହିବା ନୁଯାୟୀ, ଆବେଦନରେ ଆହ୍ଲାବାଦ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ ସେଠାରେ ପଦ୍ମ ଆକୃତିର ସ୍ତମ୍ଭ ରହିଛି ଯାହା ହିନ୍ଦୁ ମନ୍ଦିରର ଏକ ବିଶେଷତ୍ୱ। ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇ କମିଶନ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପାଇଁ ମଧ୍ୟ ମାର୍ଗଦର୍ଶିକା ଦିଆଯିବା ଉଚିତ୍ । ଏବେ ହାଇକୋର୍ଟ ଏହାକୁ ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.