fbpx

ସଂସଦରେ ସୁରକ୍ଷା ଭଙ୍ଗ ଘଟଣା: ପୋଲିସ ହାତରେ ଧରାପଡିଲା ଆଉ ଜଣେ ଅଭିଯୁକ୍ତ

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଅଧିକ ଖୋଳତାଡ଼ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ଆଉ ଜଣେ ଅଭିଯୁକ୍ତକୁ ପୋଲିସ ହାତରେ ଧରା ପଡିଛି। ମାମଲାର ଷଷ୍ଠ ଅଭିଯୁକ୍ତ ମହେଶ କୁମାଓ୍ଵତଙ୍କୁ ଶନିବାର ଦିଲ୍ଲୀ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତ ଜଣଙ୍କ ବି ପୂରା ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଘଣ୍ଟା ଘଣ୍ଟାର ପଚରାଉଚରା ପରେ ମହେଶଙ୍କୁ ଗିରଫ କରାଯାଇଥିଲା। ରାଜସ୍ଥାନର ନାଗୌର ଜିଲ୍ଲାର ମୂଳ ବାସିନ୍ଦା ଅଭିଯୁକ୍ତ ଘଟଣା ଦିନ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀ ଆସିଥିଲା ବୋଲି ଜଣାପଡିଛି ।

ସୂଚନା ଥାଉକି, ଅଭିଯୁକ୍ତମାନେ ପରସ୍ପରକୁ ପ୍ରାୟ ଦେଢ଼ ବର୍ଷ ହେଲା ଜାଣିଥିଲେ। ସେମାନେ ନିକଟରେ ପରସ୍ପରକୁ ମହୀଶୂରରେ ପ୍ରଥମଥର ଭେଟିଥିଲେ। ଡିସେମ୍ବର ୧୦ରେ ଏମାନେ ଦିଲ୍ଲୀରେ ଏକାଠି ହୋଇଥିଲେ। ସମସ୍ତ ଅଭିଯୁକ୍ତ ଭିନ୍ନଭିନ୍ନ ଦିନରେ ଦିଲ୍ଲୀ ପହଞ୍ଚିଥିଲେ। ଗୁରୁଗ୍ରାମରେ ଥିବା ଲଳିତ ଝାଙ୍କ ଘରେ ସେମାନେ କେମିତି ବିକ୍ଷୋଭ କରିବେ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସାଗର ଶର୍ମାଙ୍କୁ ବିଜେପିର ମହୀଶୂର ସାଂଦଦ ପ୍ରତାପ ସିହ୍ମା ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଇ ଦେଇଥିଲେ। ବୁଧବାର ସାଗର ପାସ୍‌ ସଂଗ୍ରହ କରିବା ପରେ ମନୋରଞ୍ଜନଙ୍କୁ ଧରି ସଂସଦ ଭିତରକୁ ଯାଇଥିଲେ। ଆଉ ଏହା ପରେ ସଂସଦରେ ସୁରକ୍ଷା ଭଙ୍ଗ କରି ସେମାନେ ଧୂଆଁ ମାଡ଼ କରିଥିଲେ । ଏହାକୁ ନେଇ ସାରା ଦେଶରେ ଚହଳ ପଡ଼ିଯାଇଥିଲା । ଘଟଣା ପରେ ତୁରନ୍ତ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନେ ଲୋକସଭାକୁ ଆଣିଥିବା ପମ୍ଫଲେଟ୍ ଗୁଡ଼ିକରେ ତ୍ରିରଙ୍ଗା ପୃଷ୍ଠଭୂମିରେ ମୁଠିର ଚିତ୍ର ଏବଂ ମଣିପୁର ହିଂସା ଉପରେ ହିନ୍ଦୀ ଓ ଇଂରାଜୀରେ ଗୋଟିଏ ଲେଖାଏଁ ସ୍ଲୋଗାନ ରହିଥିଲା। ଠିକ ସେହି ସମୟରେ ସଂସଦ ଭବନ ବାହାରେ ଅମୋଲ ସିନ୍ଦେ ଓ ନୀଲମ ଦେବୀ ଲାଲ ଓ ହଳଦିଆ ଧୂଆଁ ଛାଡ଼ି ‘ଏକଛତ୍ରବାଦ ଚାଲିବ ନାହିଁ’ ବୋଲି ସ୍ଲୋଗାନ ଦେଇଥିଲେ। ଏହି ୪ ଜଣଙ୍କ ଗିରଫଦାରିର ୨ ଦିନ ପରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲଲିତ ଝା ଗିରଫ ହୋଇଥିଲା । ଶେଷରେ ଏହି ଘଟଣାରେ ସମ୍ପୃକ୍ତି ଥିବା ଷଷ୍ଠ ଅଭିଯୁକ୍ତ ମହେଶ କୁମାଓ୍ଵତଙ୍କୁ ବି ଗିରଫ କରିବାରେ ସକ୍ଷମ ହୋଇଛି।

Get real time updates directly on you device, subscribe now.